ପିପିଲିରେ ବ୍ୟାପି ଥିବା ବାର୍ଡ ଫ୍ଲର ନିରାକରଣ ପାଇଁ ପ୍ରୟାସ ଜାରି ରଖିଛି ପ୍ରଶସାନ
ପିପିଲିରେ ବ୍ୟାପି ଥିବା ବାର୍ଡ ଫ୍ଲର ନିରାକରଣ ପାଇଁ ପ୍ରୟାସ ଜାରି ରଖିଛି ପ୍ରଶସାନ । ତେବେ ଏପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ମଣିଷଙ୍କ ଦେହରେ ବାର୍ଡ ଫ୍ଲ ଭୁତାଣୁ ଚିହ୍ନଟ ହୋଇନଥିଲେ ଏହି ଭୁତାଣୁ କୁକୁଡ଼ା ଠାରୁ ମଣିଷକୁ ବ୍ୟାପିବା ଆଶଙ୍କାକୁ ନେଇ ସମସ୍ତେ ଚିନ୍ତାଗସ୍ତ ଅଛନ୍ତି । ଏହାରି ଭିତରେ ବାର୍ଡ ଫ୍ଲ ସ୍ଥିତିକୁ ଦେଖି ଏସସିବିରେ ୪ଟି ଆଇସିୟୁ ଓ ୨୦ଟ ବେଡ ବିଶିଷ୍ଟ ଏକ ସ୍ବତନ୍ତ ଚିକିତ୍ସା ୟୁନିଟ ଖୋଲାଯାଇଛି । ସେପଟେ ୧୨୦ ଡିଗ୍ରୀ ଠାରୁ କମ ଉତ୍ତାପରେ ରନ୍ଧା କୁକୁଡ଼ା ମାଂସ ଓ ଅଣ୍ଡା, ବିଶେଷ କରି ସୁପ, ସଂଡୁଇଚ, କବାବ, ଅଣ୍ଡା ପୋଚ, ହାଲ୍ଫ ବୈଲଡ଼ ଅଣ୍ଡା ନ ଖାଇବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଏପରିକି ହୋଟେଲ ବା ଠେଲା ଗାଡ଼ିରେ ବିକ୍ରି ହେଉ ଥିବା କୁକୁଡ଼ା ମାଂସ ଖାଇବା ଠାରୁ ଦୁରେଇ ରହିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ।
ବାଡ ଫ୍ଳକୁ ବ୍ୟାପିବା ଆଶଙ୍କାରେ ପିପିଲି ଏବଂ ଏହାର ଆଖପାଖ ଅଞ୍ଚଳରେ କୁକୁଡ଼ା ମରା ଅଭିଯାନକୁ ଯୋରଦାର କରିଛି ପ୍ରଶାସନ । ଏହି ଭୁତାଣୁ କୁକୁଡ଼ାଙ୍କ ଠାରୁ ମଣିଷଙ୍କୁ ବ୍ୟାପିବାର ସମ୍ଭାବନା ରହୁଥିବାରୁ ଏହାକୁ ନେଇ ରାଜ୍ୟ ସରକାର ସତର୍କତା ମଧ୍ୟ ଜାରି କରିଛନ୍ତି । ବଡ କଥା ହେଉଛି କି ଏପର୍ଯ୍ୟନ୍ତ ଓଡ଼ିଶାର କୌଣସି ବ୍ୟକ୍ତିଙ୍କ ଦେହରେ ବାର୍ଡ ଫ୍ଲ ଭୁତାଣୁ ଚିହ୍ନଟ ହୋଇନାହିଁ । ଗୋଟିଏ ପଟେ ବାର୍ଡ ଫ୍ଲ କୁ ନେଇ ଚିନ୍ତାପ୍ରକଟ କରାଯାଉଥିବା ବେଳେ ମଙ୍କିପକ୍ସ ଏହି ଚିନ୍ତାକୁ ଦୁଇ ଗୁଣିତ କରିଛି । ତେବେ ମଣିଷ ଶରୀରରେ ଏହି ଦୁଇ ରୋଗର ଗୁରୁତର ପ୍ରଭାବ ପଡୁଥିବାରୁ ଏହାର ମୁକାବିଲା ପାଇଁ ଏସସିବିରେ ଆଗୁଆ ପସ୍ତୁତି କରାଯାଇଛି । ଉଭୟ ବାର୍ଡ ଫ୍ଲ ଓ ମଙ୍କି ପକ୍ସ ରୋଗୀଙ୍କ ଚିକିତ୍ସା ପାଇଁ ଏସସିବିରେ ୪ଟି ଆଇସିୟୁର ବ୍ୟବସ୍ଥା କରାଯାଇଥିବା ବେଳେ ଓ ୨୦ଟି ବେଡ ବିଶିଷ୍ଟ ଏକ ସ୍ବତନ୍ତ୍ର ଚିକିତ୍ସା ୟୁନିଟ ମଧ୍ୟ ଖୋଲାଯାଇଛି । ଏପର୍ଯ୍ୟନ୍ତ ବାର୍ଡ ଫ୍ଲ କିମ୍ବା ମଙ୍କି ପକ୍ସରେ ଆକ୍ରାନ୍ତ ହୋଇ ଏସସିବିକୁ କୌଣସି ରୋଗୀ ଆସିନାହାଁନ୍ତି । ଯଦି ଆସନ୍ତି ତେବେ ସେମାନଙ୍କ ଚିକିତ୍ସା ପାଇଁ ଏସସିବି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି କତ୍ତୃପକ୍ଷ ।
ବାର୍ଡ ଫ୍ଲ ସଂକ୍ରମଣକୁ ଦୃଷ୍ଟିରେ ରଖି ଚିକେନ ପ୍ରେମୀ ଲୋକଙ୍କୁ ସତର୍କ କରାଇଛନ୍ତି ବିଶେଷଜ୍ଞ । କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ସମୟରେ ସତର୍କ ଅବଲମ୍ବନ କରିବା ସହ ୧୨୦ ଡିଗ୍ରୀ ଉତ୍ତାପରେ ଅତି କମରେ ୨୦ ମିନିଟ ପର୍ଯ୍ୟନ୍ତ ରାନ୍ଧା ନ ଯାଇଥିବା କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ବିପଦ ଜନକ ହୋଇ ପାରେ ବୋଲି କହିଛନ୍ତି ବିଶିଷ୍ଟ ଭେଷଜ ବିଷେଶଜ୍ଞ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା । ଏହା ବ୍ୟତିତ ଅଧା ରନ୍ଧା କୁକୁଡ଼ା ମାଂସ ଓ ଅଣ୍ଡା ବିଶେଷ କରି ଚିକେନ କିମ୍ବା ଅଣ୍ଡାରେ ପ୍ରସ୍ତୁତ ହୋଉଥିବା ସୁପ୍, ସାଣ୍ଡଉଇଚ୍, କବାବ୍, ଅଣ୍ଡା ପୋଚ୍ ଓ ହାଲ୍ଫ ବୈଲଡ଼ ଅଣ୍ଡା ନ ଖାଇବାକୁ ମଧ ସେ ପରାମର୍ଶ ଦେଇଛନ୍ତି । ଏପରିକି କିଛି ଦିନ ପଯ୍ୟନ୍ତ ହୋଟେଲ କିମ୍ବା ଠେଲା ଗାଡ଼ିରେ ବିକ୍ରି ହେଉ ଥିବା କୁକୁଡ଼ା ମାଂସ ଖାଇବା ଠୁ ଦୁରେଇ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ଡାକ୍ତର ଜୟନ୍ତ ପଣ୍ଡା ।
ପିପିଲି ଅଞ୍ଚଳରେ ବାର୍ଡ ଫ୍ଲ ବ୍ୟାପି ଥିଲେ ମଧ୍ୟ ଏହି ଭୁତାଣୁରେ ଆମ ରାଜ୍ୟରେ ଏପର୍ଯ୍ୟନ୍ତ କୌଣସି ବ୍ୟକ୍ତି ସଂକ୍ରମିତ ହୋଇ ନାହାଁନ୍ତି । କିନ୍ତୁ ପଡୋଶୀ ପଶ୍ଚିମବଙ୍ଗରେ ବହୁ ପୂର୍ବରୁ ବାର୍ଡ ଫ୍ଲ କୁକୁଡା ଠାରୁ ମଣିଷଙ୍କୁ ସଂଗ୍ରମିତ ହୋଇ ସାରିଥିବରୁ ପଶ୍ଚିମବଙ୍ଗରୁ ଆସୁଥିବା ଚିକେନ ପ୍ରତି ମଧ୍ୟ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ।