ପାଖେଇ ଆସୁଛି ଫନି

ପାଖେଇ ଆସୁଛି ଫନି

ପାଖେଇ ଆସୁଛି ଫନି
ଭୁବନେଶ୍ୱର : ଓଡ଼ିଶା ଉପକୂଳ ଆଡ଼କୁ ପାଖେଇ ଆସିଲାଣି ବାତ୍ୟା ଫନି । ଫନି ଏବେ ଗୋପାଳପୁର ଠାରୁ ୬୦ କିମି ଦୂରରେ ଥିବାବେଳେ ପୁରୀ ଠାରୁ ୮୦ କିମି ଦୂରରେ ରହିଛି । ସକାଳ ସାଢେ଼ ୮ଟା ବେଳେ ପୁରୀ ନିକଟବର୍ତୀ ଅଂଚଳରେ ଫନି ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ଏହାର ପ୍ରକୋପ ସାଢେ଼ ୧୨ଟା ପର୍ଯ୍ୟନ୍ତ ବ୍ୟାପକ ରହିବ ବୋଲି କୁହାଯାଉଛି । ବାତ୍ୟା ଫନି ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରାୟ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ସେହିପରି ଆର୍ମି ଓ ନାଭି ମଧ୍ୟ ସଜାଗ ରହିଛନ୍ତି । ଅପରପକ୍ଷରେ ଏନଡ଼ିଆରଏଫ ଓ ଓଡ୍ରାଫ ଟିମ ମଧ୍ୟ ସଜାଗ ଥିବାବେଳେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ତୀକ୍ଷ୍ଣ ନଜର ରଖିଛନ୍ତି ।