ସକାଳ ୮ରୁ ୧୦ ମଧ୍ୟରେ ଆସିବ ଫନି

ସକାଳ ୮ରୁ ୧୦ ମଧ୍ୟରେ ଆସିବ ଫନି

ସକାଳ ୮ରୁ ୧୦ ମଧ୍ୟରେ ଆସିବ ଫନି
ଭୁବନେଶ୍ୱର : ବାତ୍ୟା ଫନି ତୀବ୍ର ଗତିରେ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି । ପ୍ରଥମେ ଶୁକ୍ରବାର ଅପରାହ୍ନରେ ଫନି ପୁରୀ ନିକଟରେ ସ୍ଥଳ ଭାଗକୁ ଛୁଇଁବ ବୋଲି ଆକଳନ କରାଯାଉଥିଲା । କିନ୍ତୁ ପରେ ଫନି ୧୦ଟାରୁ ୧୨ଟା ମଧ୍ୟରେ ସ୍ଥଳଭାଗକୁ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲା । ତେବେ ସଦ୍ୟତମ ଖବର ଅନୁଯାୟୀ ଫନି ସକାଳ ୮ରୁ ୧୦ ମଧ୍ୟରେ ସ୍ଥଳଭାଗରେ ପ୍ରବେଶ କରିବ । ଏହାର ପ୍ରକୋପ ଦିନ ୧୨ଟା ପର୍ଯ୍ୟନ୍ତ ରହିବ ବୋଲି କୁହାଯାଇଛି ।