ବିନା ହେଳମେଟରେ ଓଭରବ୍ରିଜ ମନା

ବିନା ହେଳମେଟରେ ଓଭରବ୍ରିଜ ମନା

ବିନା ହେଳମେଟରେ  ଓଭରବ୍ରିଜ ମନା
ଭୁବନେଶ୍ୱର: ବିନା ହେଲମେଟରେ ଜାତୀୟ ରାଜପଥରେ ବାଇକ ଚଳାଇବା ଉପରେ କଟକଣା କରାଯାଇଛି । ଖଣ୍ଡଗିରି ଠାରୁ ରସୁଲଗଡ ପର୍ଯ୍ୟନ୍ତ ଓଭରବ୍ରିଜ ଉପରେ ବିନା ହେଲମେଟରେ କୌଣସି ବାଇକ ଆରୋହୀଙ୍କୁ ଯିବାକୁ ଦିଆଯିବ ନାହିଁ । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପକ୍ଷରୁ ଆଂଚଳିକ ପରିବହନ କାର୍ଯ୍ୟାଳୟକୁ ଏକ ବିଜ୍ଞପ୍ତିରେ ଜଣାଇ ଦିଆଯାଇଛି । ଗତ କିଛି ଦିନ ହେବ ଜାତୀୟ ରାଜପଥର ଓଭରବ୍ରିଜ ଉପରେ ବିନା ହେଲମେଟରେ ଦ୍ରୁତ ଗତିରେ ଯାଉଥିବା ବାଇକ ଆରୋହୀ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଏନେଇ ୧୧ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଡକ ସୁରକ୍ଷା କମିଟି ବୈଠକରେ ଏସମ୍ପର୍କରେ ନିଷ୍ପତି ନିଆଯାଇଛି । ଜିଲ୍ଲାପାଳ ବି.ଏସ ପୁନିଆ ମୋଟର ଯାନ ଆଇନର ଧାରା ୧୭୩ ଅନୁସାରେ ବିନା ହେଲମେଟରେ ଓଭରବ୍ରିଜ ଉପରେ ବାଇକ୍ ଚଳାଇବା ଉପରେ କଟକଣା କରିଛନ୍ତି । ମୋଟର ଯାନ ଆଇନର ଧାରା ୧୧୫ ଅନୁସାରେ କେହି ଏହି ନିର୍ଦ୍ଦେଶନାମାକୁ ଅବମାନନା କଲେ ତାଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । ଜୁନ ୧୮ରୁ ଜୁଲାଇ ୧୭ ତାରିଖ ପର୍ଯ୍ୟନ୍ତ ଏକ ମାସ ଲାଗି ଏହି କଟକଣା କରାଯାଇଥିବା ଜଣାପଡିଛି ।