ଟ୍ରେନ୍ ଟ୍ରାକରେ ପାଣି , ଟ୍ରେନ୍ ଚଳାଚଳ ବନ୍ଦ

ଟ୍ରେନ୍ ଟ୍ରାକରେ ପାଣି , ଟ୍ରେନ୍ ଚଳାଚଳ ବନ୍ଦ

ଟ୍ରେନ୍ ଟ୍ରାକରେ ପାଣି , ଟ୍ରେନ୍ ଚଳାଚଳ ବନ୍ଦ
ଭୁବନେଶ୍ୱର:କାଲି ଠାରୁ ଆଜି ଯାଏଁ ବର୍ଷା ହେବାରେ ଲାଗିଛି । ଥମିବାର ନାଁ ଥରୁନି । ଲଗାଣ ବର୍ଷା ଯୋଗୁଁ ରେଳ ଟ୍ରାକରେ ପାଣି ଭାସୁଛି । ରେଳ ଟ୍ରାକରେ ପାଣି ଭାସିବା ଫଳରେ ଟ୍ରେନ୍ ଚଳାଚଳରେ ବାଧା ପାଇଛି । ଟ୍ରେନ ଚଳାଚଳ ସାମୟିକ ଭାବେ ବନ୍ଦ ହୋଇ ରହିଛି । ସମ୍ବଲପୁର ଦେଓଗାଁ ରୋଡ୍-ବରଗଡ-ଟିଟିଲାଗଡ ସେକ୍ସନରେ ଚଳାଚଳ ଠପ୍ ହୋଇପଡିଛି । ସମ୍ବଲପୁର-ରାୟଗଡା ଏକ୍ସପ୍ରେସ୍ ବରପାଲିରେ ଅଟକି ରହିଛି । ସେହିପରି ଆଜମେର-ପୁରୀ ଏକ୍ସପ୍ରେସ ଲୋଇସିଂହାରେ ଅଟକି ରହିଛି । ଇସ୍ପାତ ଏକ୍ସପ୍ରେସ୍ ଡୁଙ୍ଗୁରିପାଲିରେ ଅଟକି ରହିଛି । ଟ୍ରେନ୍ ନ ଚାଲିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଛି । ରେଳ ଟ୍ରାକରୁ ପାଣି ଖସିଲା ପରେ ଟ୍ରେନ୍ ଚାଲିବ ବୋଲି ପୂର୍ବତଟ ରେଳପଥ ଅଧିକାରୀ କହିଛନ୍ତି ।