ହଜମ କ୍ଷମତା ବଢ଼ାଇବା ଉପାୟ

ହଜମ କ୍ଷମତା ବଢ଼ାଇବା ଉପାୟ

ହଜମ କ୍ଷମତା ବଢ଼ାଇବା ଉପାୟ
ଧ୍ୟାନରେ ରଖନ୍ତୁ ଭୋଜନ କରିବା ସମୟରେ କିମ୍ବା ତୁରନ୍ତ ପରେ ପାଣି ନ ପିଇବା ଉଚିତ । ଅନ୍ତତଃ ୩୦ ମିନିଟ୍ ଅପେକ୍ଷା କରନ୍ତୁ । ଖାଦ୍ୟ ଯଦି ଖୁବ୍ ରାଗ, ତେବେ ନିଶ୍ଚିତ ଭାବେ ପାଣି ପିଇପାରିବେ । ଅନୁସନ୍ଧାନରୁ ପ୍ରକାଶ ଯେ, ପେଟରେ ଅମ୍ଲର ସ୍ତର କମ୍ ଥିଲେ, ପାଣି ପିଇଲେ ସେହି ସ୍ତର ଅଧିକ ହ୍ରାସ ପାଇଥାଏ । ଏହି ଅମ୍ଳ ଆମ ଖାଦ୍ୟକୁ ଭଲ ଭାବେ ହଜମ କରେ । ଭୋଜନର ସଙ୍ଗେ ସଙ୍ଗେ ପାଣି ପିଇଲେ ଖାଦ୍ୟ ଭଲ ଭାବେ ହଜମ ହୋଇପାରେନି । ଭୋଜନ ପୂର୍ବରୁ କିମ୍ବା ସକାଳୁ ଖାଲି ପେଟରେ ଅଧ ଗିଲାସ ନଖ ଉଷୁମ ପାଣିରେ ୧ ଚାମଚ ଆପଲ ସାଲଡର ଭିନେଗାର ମିଶାଇ ପିଇପାରିବେ । ଖାଦ୍ୟ ହଜମ ହେବା ନିମନ୍ତେ ଏହା ଏକ ଉତ୍ତମ ମାଧ୍ୟମ । ପ୍ରାଚୀନ କାଳରୁ ନିୟମ ରହିଆସିଛି ଯେ ଭଲ ଭାବେ ଚୋବାଇ ଖାଇବା ଉଚିତ । ଏହା ଦାନ୍ତକୁ ଶକ୍ତ କରିବା ସହ ପାଚନ ତନ୍ତର କାର୍ଯ୍ୟକ୍ଷମତା ବୃଦ୍ଧି କରେ । ନିଜେ ଏହି ନିୟମକୁ ପାଳନ କରିବା ସହ ପରିବାରର ଛୋଟ ପିଲାଙ୍କୁ ମଧ୍ୟ ଏଇ ଅଭ୍ୟାସ ସମ୍ପର୍କରେ ଅବଗତ କରାଇବା ଉଚିତ । ହଜମ କ୍ଷମତା ବଢ଼ାଇବାରେ ସବୁଠୁ ସରଳ ଉପାୟ ହେଲା, ଦୈନିକ ସକାଳ ବେଳା ଅଦା ଚା ପିଅନ୍ତୁ । ଏହି ଚା’ମାନସିକ ଶାନ୍ତି ପ୍ରଦାନ କରିବା ସହ ବଦ୍ହଜମ ସମସ୍ୟା ଦୂର କରିପାରେ ।