ପ୍ରଦୂଷଣ ରୋକିବ କେରଳର କଦଳୀ ପତ୍ର ବ୍ୟାଗ୍

ପ୍ରଦୂଷଣ ରୋକିବ କେରଳର କଦଳୀ ପତ୍ର ବ୍ୟାଗ୍

ପ୍ରଦୂଷଣ ରୋକିବ କେରଳର କଦଳୀ ପତ୍ର ବ୍ୟାଗ୍
ଆମ ଭାରତରେ ପ୍ରଦୂଷଣର ସ୍ତର ନିୟନ୍ତ୍ରିତ ହେବା ନିତାନ୍ତ ଜରୁରୀ । ଦକ୍ଷିଣ ଭାରତୀୟ ରାଇଜରେ ପ୍ରଦୂଷଣର ସ୍ତର ନିୟନ୍ତ୍ରିତ ଥିବା ବେଳେ ଉତ୍ତର ଭାରତୀୟ ରାଜ୍ୟରେ ଦିନକୁ ଦିନ ପରିସ୍ଥିତି ଅସମ୍ଭାଳ ହେଉଛି । ଗାଡ଼ିମଟର ଚଳାଚଳ କମ୍ କରିବା ସହ ଚାରାରୋପଣ ନିମନ୍ତେ ପ୍ରତ୍ୟେକ ବର୍ଗର ଲୋକଙ୍କୁ ଉତ୍ସାହିତ କରାଯାଇଛି । ମହାନଗରୀ ଗୁଡ଼ିକରେ ଏବେ ପ୍ଲାଷ୍ଟିକ ବ୍ୟାଗ ବ୍ୟବହାରକୁ କଡ଼ାକଡ଼ି କରାଯାଇଛି । କପଡ଼ା ବ୍ୟାଗରେ ଜିନିଷ ପତ୍ର କିମ୍ବା ପରିବା ନେବାକୁ ପରାମର୍ଶ ଦିଆଯାଇଛି । ଏଭଳି ସ୍ଥିତିରେ କେରଳର ପ୍ରଦୂଷଣ ରହିତ କଦଳୀ ପତ୍ର ବ୍ୟାଗର ଆଦର ବଢ଼ିବାରେ ଲାଗିଛି । କପଡ଼ା ବ୍ୟାଗ ପରିବର୍ତ୍ତେ ଏଇ ବ୍ୟାଗ୍ ବ୍ୟବହାର କରିବା ଭଲ ବୋଲି ବିଶେଷଜ୍ଞଙ୍କ ମତ । ଏ ସବୁର ମୂଲ୍ୟ ମଧ୍ୟ ଅପେକ୍ଷାକୃତ କମ୍ । ୫୦ ଟଙ୍କାରୁ ଆରମ୍ଭ ହୋଇ ୪୦୦ ଟଙ୍କା ମଧ୍ୟରେ ବିଭିନ୍ନ ସୁନ୍ଦର ଡିଜାଇନର କଦଳୀ ପତ୍ର ବ୍ୟାଗ୍ ବଜାରରେ ଓ ଅନ ଲାଇନ ସାଇଟ୍ରେ ମିଳୁଛି ।