ଦ ଗ୍ରାଣ୍ଡ କେନାଲ

ଦ ଗ୍ରାଣ୍ଡ କେନାଲ

ଦ ଗ୍ରାଣ୍ଡ କେନାଲ
ବିଶ୍ୱର ସର୍ବ ପୁରାତନ ଦୀର୍ଘତମ କୃତି୍ରମ ନାଳ ‘ଦ ଗ୍ରାଣ୍ଡ କେନାଲ’ କୁ ୨୦୧୪ ରେ ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରାପ୍ତ ହୋଇଥିଲା । ଚାଇନା ଅନ୍ତର୍ଗତ ଏହି କେନାଲର ସ୍ଥାନୀୟ ନାମ ‘ଜିଂ ହାଂ ।’ ଏହାର ଲମ୍ବ ୧୭୯୪ କିଲୋମିଟର । ବେଜିଂରୁ ଏହା ଆରମ୍ଭ ହୋଇ ସରିଛି ହାଙ୍ଗଂଝୌରେ । ହାଇ, ହୁଇ, ୟେଲୋ, ୟାଙ୍ଗସି ଓ କ୍ୱିନ୍ଟାଂ ନଦୀର ଜଳ ଦ୍ୱାରା ଏହା ବର୍ଷ ତମାମ ପରିପୂର୍ଣ୍ଣ ଥାଏ । ମୂଳ କେନାଲର ନିର୍ମାଣ ଖ୍ରୀଷ୍ଟ ପୂର୍ବ ପଞ୍ଚମ ଶତାବ୍ଦୀର ଘଟଣା । ତେବେ, ସୁଇ ରାଜବଂଶ ଶାସନ କାଳରେ ୫୮୧ ଏଡିରେ ଏହାର ସଂଯୋଗୀକରଣ ତଥା ସମ୍ପ୍ରସାରଣ ଆରମ୍ଭ ହୋଇଥିଲା । ୧୬୩୩ ପର୍ଯ୍ୟନ୍ତ ସମ୍ପ୍ରସାରଣ ଚାଲିଥିଲା ଏବଂ କ୍ରମଶଃ ଏହା ଏକ ସୁଦୀର୍ଘ କେନାଲରେ ପରିଣତ ହୋଇଥିଲା । ଚାଇନାର ବିଭିନ୍ନ ଅଞ୍ଚଳକୁ ସୁବିଧାରେ ଶସ୍ୟ ପରିବହନ ପାଇଁ ଏହି କେନାଲ ଖୋଳାଯାଇଥିଲା । ଏହା ମାଧ୍ୟମରେ ଅର୍ଥନୀତି ସମୃଦ୍ଧ ହେବା ସହ ବାଣିଜ୍ୟ ମଧ୍ୟ ପ୍ରସାରିତ ହୋଇଥିଲା । ଏହା ଏବେ ବି ମାଲ ତଥା ଯାତ୍ରୀ ପରିବହନର ଏକ ବହୁଳ ଆଦୃତ ମାଧ୍ୟମ ହୋଇ ରହିଛି । ମାର୍କୋପୋଲୋ ଓ ଇବନ୍ ବତୁତାଙ୍କ ଭ୍ରମଣ ରଚନାରେ ଏହି ପ୍ରାଚୀନ କେନାଲ ବାବଦରେ ଅନେକ ତଥ୍ୟ ସୂଚନା ରହିଛି ।