ରୁପିରୁ ରକ୍ଷା ପାଇବାର ଉପାୟ

ରୁପିରୁ ରକ୍ଷା ପାଇବାର ଉପାୟ

ରୁପିରୁ ରକ୍ଷା ପାଇବାର ଉପାୟ
ଶୀତ ଋତୁରେ କେଶର ଏକ ମୁଖ୍ୟ ସମସ୍ୟା ହେଲା ରୁପି ହେବା । ଏହି କାରଣରୁ କେଶ ଝଡ଼ିବା ସହ କେଶମୂଳ ଖୁବ୍ କୁଣ୍ଡାଇ ହୁଏ । ଏଥିରୁ ରକ୍ଷା ପାଇବାକୁ ହେଲେ କେତୋଟି ସରଳ ଘରୋଇ ଉପଚାର କରନ୍ତୁ । ରୁପି ଅଧିକ ହୋଇଥିଲେ, ସପ୍ତାହରେ ୨ ଥର ଅନ୍ତତଃ ମେହେନ୍ଦୀ ପ୍ୟାକ ଲଗାନ୍ତୁ । ଏଥିପାଇଁ ଆବଶ୍ୟକ ସାମଗ୍ରୀମାନ ହେଲା ୧ ଚାମଚ ହେନା ପାଉଡର, ଅଧ ଚାମଚ ଅଁଳା ରସ, ୧ ଚାମଚ ନଡ଼ିଆ ତେଲ । ଏସବୁକୁ ଭଲ ଭାବେ ମିଶାଇ କେଶମୂଳରେ ଲଗାଇ ୩୦ ମିନିଟ୍ ପରେ ଶାମ୍ପୁ କରିବେ । ଧ୍ୟାନରେ ରଖନ୍ତୁ, ଯେତେ ଥଣ୍ଡା ଲାଗିଲେ ମଧ୍ୟ ଗରମ ପାଣିରେ କେବେ ହେଲେ କେଶ ଧୋଇବେ ନାହିଁ । ନଖ ଉଷୁମ ପାଣିରେ ଅବଶ୍ୟ ଧୋଇପାରନ୍ତି । ଏହା କାରଣରୁ ମଧ୍ୟ କେଶରେ ରୂପି ହୋଇପାରେ । ଏହି ପ୍ୟାକ୍ ଲଗାଇବା ପରେ ଜାଣିପାରିବେ ଯେ କେଶରୁ ରୁପି କମ୍ ହୋଇଛି । ନିୟମିତ ଉପଚାରରେ ରୁପି ସମସ୍ୟା ବନ୍ଦ ହୋଇଥାଏ । ଏକ ପାତ୍ରରେ ନଡ଼ିଆ ତେଲ ଓ ମହୁ ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହି ଘୋଳକୁ ବ୍ରଶ ସହାୟତାରେ କେଶ ମୂଳରେ ଲଗାଇବେ । ୩୦-୪୫ ମିନିଟ ପରେ କେଶ ଶାମ୍ପୁ କରିବେ । ସପ୍ତାହରେ ୨-୩ ଥର ଏପରି କଲେ ରୁପି ସମସ୍ୟା ଦୂର ହୋଇଥାଏ । ଭିଟାମିନ୍ ଓ ମିନେରାଲ୍ସ ଭରପୁର ମେଥି ଦାନାକୁ ଭଲ ଭାବେ ବାଟି କେଶମୂଳରେ ଲଗାଇ ୧୦ ମିନିଟ୍ ପରେ ଧୋଇ ନିଅନ୍ତୁ । କେଶ ପାଇଁ ମହୁ ଔଷଧ ଭଳି କାମ କରେ । ଏଣୁ ଅଁଳା ଗୁଣ୍ଡ ହେଉ ଅବା ହେନା ଗୁଣ୍ଡ ସେ ସବୁଥିରେ ମହୁ ମିଶାଇ କେଶରେ ପ୍ୟାକ୍ ଭଳି ଲଗାଇ କିିଛି ସମୟ ପରେ ଧୋଇନେବେ ।