ରୋଗ ପ୍ରତିରୋଧକ ବଢ଼ାଇବା ପାଇଁ ଜାଣନ୍ତୁ ଏହି ନିୟମ

ରୋଗ ପ୍ରତିରୋଧକ ବଢ଼ାଇବା ପାଇଁ ଜାଣନ୍ତୁ ଏହି ନିୟମ

ରୋଗ ପ୍ରତିରୋଧକ ବଢ଼ାଇବା ପାଇଁ ଜାଣନ୍ତୁ ଏହି ନିୟମ
ଘରେ ରହି ଆପର ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତୁ । ବିଶେଷଜ୍ଞଙ୍କ ମତରେ ଖାଦ୍ୟପାନୀୟ ଠିକ୍ ରହିଲେ ଆପଣ ରୋଗରେ ଆକ୍ରାନ୍ତ ହେଲେ ମଧ୍ୟ ଏହା ସହ ଲଢ଼ିବାର ଶକ୍ତି ଶରୀରକୁ ମିଳିଥାଏ । ରୁଟିନ ବନ୍ଧା ଭୋଜନରେ ଅତିଷ୍ଠ ହେବା ସ୍ୱାଭାବିକ । ଏଣୁ କିଛି ଅଲଗା ପ୍ରକାରର ଭୋଜନ କରିପାରନ୍ତି । ଯେପରି କୌଣସି ଦିନ ଦ୍ୱିପହରରେ ନୁଡଲ୍ସ କିମ୍ବା ଭେଜ ବିରିୟାନୀ ଖାଇପାରିବେ । ଏହି ଖାଦ୍ୟ ରାନ୍ଧିବା ସମୟରେ ରସୁଣକୁ ବ୍ୟବହାର କରନ୍ତୁ । ମାଙ୍ଗାନିଜ, ଭିଟାମିନ ବି-୬, ସେଲେନିୟମ, ଫାଇବର ଭରପୁର ରସୁଣ ଖାଇଲେ ଶରୀରର କୋଲେଷ୍ଟରଲ ସ୍ତର ନିୟନ୍ତ୍ରିତ ରହେ । ଯୁବବର୍ଗ ନିୟମିତ ଭାବେ ସେମାନଙ୍କ ବ୍ୟଞ୍ଜନରେ ଏହି ରସୁଣ ବ୍ୟବହାର କରିବା ଉଚିତ । ଯେଉଁମାନେ କରୋନା ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି ସେମାନେ ରୋଗପ୍ରତିରୋଧକ ଶକ୍ତି ବଢ଼ାଉଥିବା ଖାଦ୍ୟ ପାନୀୟ ପୂର୍ବରୁ ଖାଉଥିବାର ବିଶେଷଜ୍ଞ ମତ ଦେଇଛନ୍ତି । ସକାଳ ବେଳେ ୨-୩ଟି ତୁଳସୀପତ୍ର ଚୋବାଇ ଖାଆନ୍ତୁ । ଏହା ମଧ୍ୟ ଶରୀରର ରୋଗ ପ୍ରତିରୋଧକ ବଢ଼ାଇବାରେ ସହାୟକ ।