ଔଷଧୀୟ ଗଛ ଭୃଙ୍ଗରାଜ

ଔଷଧୀୟ ଗଛ ଭୃଙ୍ଗରାଜ

ଔଷଧୀୟ ଗଛ ଭୃଙ୍ଗରାଜ
ଭୃଙ୍ଗରାଜ ଏକ ଔଷଧୀୟ ଉଦ୍ଭିଦ । ଏହାର ଚେର ଗୁଡ଼ିକ ନଳ ଆକୃତିର ଏବଂ ଧୂସର ରଙ୍ଗର । ଏହାର ସମ୍ପୂର୍ଣ୍ଣ ଗଛକୁ ଔଷଧ ଭାବରେ ବ୍ୟବହାର କରାଯାଏ । ଏହି ଗଛରୁ ବିଭିନ୍ନ ପ୍ରକାର ଆୟୁର୍ବେଦିକ ଔଷଧ ତିଆରି ହୋଇଥାଏ । ଯାହାକି ଚର୍ମରୋଗ, ଚକ୍ଷୁରୋଗ, କାମଳ ରୋଗ, ମୁଣ୍ଡବ୍ୟଥା, ବିଛା କାମୁଡ଼ା ଇତ୍ୟାଦିକୁ ଦୂର କରେ । ୫ ଗ୍ରାମ ଶୁଖିଲା ଭୃଙ୍ଗରାଜ ଗଛର ଗୁଣ୍ଡକୁ ମହୁ ସହିତ ମିଶାଇ ପିଇଲେ ଥଣ୍ଡା, କଫ, ତଣ୍ଟି ବ୍ୟଥା, ରକ୍ତହୀନତା ଶ୍ୱାସ ଆଦିରୁ ମୁକ୍ତି ମିଳେ । ଖାଲି ପେଟରେ ୧୦-୧୫ ମି.ଲି ଭୃଙ୍ଗରାଜ ରସକୁ ନିୟମିତ ଭାବରେ ୭-୧୨ ଦିନ ପର୍ଯ୍ୟନ୍ତ ପିଇଲେ କାମଳ ରୋଗ ଏବଂ ଯକୃତ ରୋଗ ସମସ୍ୟା ଦୂର ହୁଏ । ପ୍ରତିଦିନ ଭୃଙ୍ଗରାଜ ପତ୍ରକୁ ପାଣିରେ ଫୁଟାଇ ଦିନକୁ ଦୁଇଥର ପିଇଲେ ଚର୍ମରୋଗ ଭଲ ହୋଇଯାଏ । ୨୫ ଗ୍ରାମ ଭୃଙ୍ଗରାଜ ଗଛକୁ ବାଟି ୧୦୦ ମି.ଲି ନଡ଼ିଆ ବା ରାଶି ତେଲ ସହ ମିଶାଇ ଫୁଟାଇ ଦିଅନ୍ତୁ ଏବଂ ଏହାକୁ ଲଗାଇଲେ କେଶ ଝଡ଼ିବା, ରୂପି ସମସ୍ୟା, କେଶ ଧଳା ହେବା ଇତ୍ୟାଦିରୁ ମୁକ୍ତି ମିଳେ । ଭୃଙ୍ଗରାଜ ପତ୍ରର ଗୁଣ୍ଡକୁ ରାଶି, ଅଁଳା ଏବଂ ଚିନିକୁ ମିଶାଇ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ । ଭୃଙ୍ଗରାଜ ଚେରକୁ ଯକୃତ ସମ୍ବନ୍ଧୀୟ ସମସ୍ୟା ପାଇଁ ବିଭିନ୍ନ ଔଷଧ ପ୍ରସ୍ତୁତ ହୁଏ ।