ତୁଳସୀ ଦେହକୁ ହିତ

ତୁଳସୀ ଦେହକୁ ହିତ

ତୁଳସୀ ଦେହକୁ ହିତ
ହିନ୍ଦୁ ବା ସନାତନ ଧର୍ମରେ ତୁଳସୀର ମର୍ଯ୍ୟାଦା ଅନେକ ବେଶି । ବୃନ୍ଦାବତୀ ଭାବେ ପରିଚିତ ଏହି କ୍ଷୁଦ୍ର ବୃକ୍ଷର ଚେର, ପତ୍ର, ଫୁଲ ପ୍ରଭୃତି ଏହାର ପ୍ରତ୍ୟେକ ଅଂଶ ସ୍ୱାସ୍ଥ୍ୟରକ୍ଷା ପାଇଁ ଅତ୍ୟନ୍ତ ଉପଯୋଗୀ । ବିଭିନ୍ନ ରୋଗବଇରାଗରେ ଏହାକୁ ଔଷଧ ଭାବେ ବ୍ୟବହାର କରାଯାଏ । ଆୟୁବେଦରେ ଏହାର ଏକାଧିକ ଗୁଣର ବର୍ଣ୍ଣନା ସହ କେଉଁ ରୋଗରେ ଏହାକୁ କିପରି ବ୍ୟବହାର କରାଯାଏ । ଆୟୁର୍ବେଦରେ ଏହାର ଏକାଧିକ ଗୁଣର ବର୍ଣ୍ଣନା ସହ କେଉଁ ରୋଗରେ ଏହାକୁ କିପରି ବ୍ୟବହାର କରାଯାଇ ପାରିବ ତାର ବସ୍ତୃତ ବର୍ଣ୍ଣନା ରହିଛି । ତେଣୁ ପ୍ରତ୍ୟେକ ହିନ୍ଦୁ ଧର୍ମାବଲମ୍ବୀ ଏହାକୁ ଘର ଅଗଣାରେ ସ୍ଥାନ ଦେବା ସହ ପୂଜା କରିଥାନ୍ତି । ଆକାର, ପ୍ରକାର ଓ ଗୁଣ ଅନୁସାରେ ଭିନ୍ନ ଭିନ୍ନ ପ୍ରକାର ତୁଳସୀ ଦେଖିବାକୁ ମିଳେ ଯଥା- କୃଷ୍ଣ ତୁଳସୀ, ଲକ୍ଷ୍ମୀ ତୁଳସୀ ,ରାମ ତୁଳସୀ, ଭୂତୁଳସୀ ଶ୍ୱେତ ତୁଳସୀ ଆଦି । ହିନ୍ଦୁ ପୁରାଣ ଓ ଶାସ୍ତ୍ର ଅନୁସାରେ ତୁଳସୀ ଭଗବାନ ବିଷ୍ଣୁଙ୍କ ଅତ୍ୟନ୍ତ ପ୍ରିୟ, ତେଣୁ ଏହାର ଅନ୍ୟ ନାମ ହରିପ୍ରିୟା । ଆୟୁବେଦ ପରି ପ୍ରାଚୀନ ଚୀନ ଚିକିସôା ପଦ୍ଧତିରେ ମଧ୍ୟ ଏହାର ବହୁଳ ବ୍ୟବହାର ଦେଖିବାକୁ ମିଳେ । ଏଥିରେ ପ୍ରୋଟିନ, ଫାଇବର ସମେତ ବହୁ ପୋଷକ ତତ୍ୱ ସହ ଶରୀର ପାଇଁ ଆବଶ୍ୟକ ବହୁ ଜୀବସାର ଓ ଖଣିଜ ପ୍ରଚୁର ମାତ୍ରାରେ ଥାଏ । ୧ ପାଚନ କ୍ରିୟା ଓ ଓଜନ ହ୍ରାସ କରିବା ପାଇଁ ନିୟମିତ ତୁଳସୀ ପତ୍ର ଖାଇବାକୁ କମିରାଜମାନେ ପରାମର୍ଶ ଦିଅନ୍ତି । ୨ ସର୍ଦି ଓ କାଶର ଉପଶମ ପାଇଁ ଏହାର ଅବ୍ୟର୍ଥ ଔଷଧ । ୩ କୋଲଷ୍ଟ୍ରାର ନିୟନ୍ତ୍ରଣରେ ସହାୟକ । ୪ ସୁସ୍ଥ ହୃଦୟ ପାଇଁ ଅତ୍ୟନ୍ତ ଉପଯୋଗୀ । ହୃଦୟ ସମ୍ପର୍କିତ ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ଏହାକୁ ଔଷଧ ରୂପେ ବ୍ୟବହାର କରାଯାଏ । ୫ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ୭ ବଦହଜମୀ ଏସିଡିଟି କୋଷ୍ଠକାଠିନ୍ୟ ଦୂର କରେ । ୮ ଶ୍ୱାସରୋଗରୁ ଉପଶମ ଦିଏ । ୯ ସକାଳ ଖାଲି ପେଟରେ ତୁଳସୀ ପତ୍ର ସହ ସମପରିମାଣର ବେଲପତ୍ର ଓ ନିମପତ୍ର ଚୋବାଇ ଖାଇଲେ ଶରୀର ସୁସ୍ଥ ରୁହେ ଏବଂ ବିଭିନ୍ନ ରୋଗରୁ ମୁକ୍ତି ମିଳେ ।