ବରଗଡ଼ ଜିଲ୍ଲାରେ ଦିବସ ବ୍ୟାପୀ କ୍ୟନ୍ସସର ସଚେତନତା କାର୍ଯ୍ୟକ୍ରମ

ବରଗଡ଼ ଜିଲ୍ଲାରେ ଦିବସ ବ୍ୟାପୀ କ୍ୟନ୍ସସର ସଚେତନତା କାର୍ଯ୍ୟକ୍ରମ

ବରଗଡ଼ ଜିଲ୍ଲାରେ ଦିବସ ବ୍ୟାପୀ  କ୍ୟନ୍ସସର ସଚେତନତା କାର୍ଯ୍ୟକ୍ରମ
୪୦ ପ୍ରତିଶତ କର୍କଟ ରୋଗର ମୁଖ୍ୟ କାରଣ ଗୁଟ୍‌ଖା ଓ ପ୍ଲାଷ୍ଟିକ : ସଚେତନ ରହିବାକୁ କର୍କଟ ରୋଗ ଦିବସରେ ଦିଆଗଲା ପରାମର୍ଶ ବରଗଡ଼ ଜିଲ୍ଲାରେ ଦିବସ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ: ବରଗଡ଼: ବିଭିନ୍ନ କାରଣରୁ ଏବେ ଆମ ଦେଶ ଏବଂ ରାଜ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ସର୍ବାଧିକ ୪୦ ପ୍ରତିଶତ କର୍କଟ ରୋଗ ଗୁଟ୍‌ଖା ଏବଂ ମାଦକ ଦ୍ରବ୍ୟ ସେବନ ଓ ପ୍ଲାଷ୍ଟିକ ବ୍ୟବହାର ଯୋଗୁଁ ହେଉଛି । ତେଣୁ ଏବେଠାରୁ ଏ ସବୁକୁ ବର୍ଜନ କରିବା ପାଇଁ ଡାକ୍ତର, ବିଶେଷଜ୍ଞ, ପ୍ରଶାସନିକ ଅଧିକାରୀ ଏବଂ ଲୋକପ୍ରତିନିଧି ମିଳିତ ଭାବେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । ବିଶ୍ୱ କର୍କଟ ରୋଗ ଦିବସ ପାଳନ ଅବସରରେ ଆଜି ବରଗଡ଼ ଜିଲ୍ଲାରେ ଆୱାକେନ୍ ଟ୍ରଷ୍ଟ ଏବଂ  କାର୍ସିନୋଭା ଫାଉଣ୍ଡେସନ ପକ୍ଷରୁ ନାନା ପ୍ରକାର ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ପୂର୍ବାହ୍ନରେ ଗାନ୍ଧିଛକଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ବିଜୁ ପଟ୍ଟନାୟକ ଟାଉନହଲଠାରେ ପହଞ୍ôଚବା ପରେ ଏଠାରେ ସଭା ହୋଇଥିଲା । ଏହି ସଭାରେ ମୁଖ୍ୟଅତିଥି ଭାବେ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗ ଦେଇଥିବାବେଳେ ଅନ୍ୟତମ ଅତିଥିଭାବେ  ଜିଲ୍ଲାପାଳ ମନିଷା ବାନାର୍ଜୀ, ପୌରାଧ୍ୟକ୍ଷା କଳ୍ପନା ମାଝୀ, କାର୍ସିନୋଭା ଫାଉଣ୍ଡେସନ ତଥା ହସ୍ପିଟାଲ ଅଧ୍ୟକ୍ଷ ଡାକ୍ତର କ୍ଷିତିଶ ଚନ୍ଦ୍ର ମିଶ୍ର, ଅଂକୋଲୋଜିଷ୍ଟ ଦିଲ୍ଲୀପ କର ପ୍ରମୁଖ ଯୋଗଦେଇଥିଲେ । ଆୱାକେନର ମୁଖ୍ୟ ସ୍ୱାଗତିକ ଆଚାର୍ଯ୍ୟ ଏଥିରେ ସ୍ୱାଗତ ଭାଷଣ ଦେବା ସହିତ ସେ ନିଜେ କିପରି କର୍କଟ ଯୋଦ୍ଧା ସାଜିଥିଲେ ସେ ସଂପର୍କରେ ସୂଚନା ଦେଇଥିଲେ ।  ଅତିଥିମାନେ ଏଥିରେ ଗୁଟଖା , ମାଦକ ଦ୍ରବ୍ୟ ଓ ପଲିଥିନ ବ୍ୟବହାର ଦ୍ୱାରା ଅଧିକ କର୍କଟ ରୋଗ ବ୍ୟାପୁଥିବା ଦର୍ଶାଇ ଲୋକମାନଙ୍କୁ ଏହାର ବର୍ଜନ ନେଇ ବଜ୍ର ଶପଥ ନେବାକୁ ପରାମର୍ଶ ଦେଇଥିଲେ । ଏପରିକି ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗ ଚିହ୍ନଟ ହେଲେ ଓ ଉପଯୁକ୍ତ ଚିକିତ୍ସା କରାଗଲେ କର୍କଟରୋଗୀମାନେ ସୁସ୍ଥ ହେଉଥିବାର ନଜିର ରହିଥିବାରୁ ସାମାନ୍ୟ ଲକ୍ଷଣ ଦେଖିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେବାକୁ ଅତିଥିମାନେ ଆହ୍ୱାନ ଜଣାଇଥିଲେ । ସନ୍ଧ୍ୟାରେ ଗାନ୍ଧିମୂର୍ତ୍ତି ତଳେ ଅରେଞ୍ଜ କଲର ଲାଇଟିଂ ପୋଗ୍ରାମ ହୋଇଥିଲା ଏବଂ ଏହା ପ୍ରଥମ କରି ବରଗଡ଼ ଜିଲ୍ଲାରେ କରାଯାଉଥିବାରୁ ଜିଲ୍ଲାବାସୀ ଆୟୋଜକଙ୍କ କାର୍ଯ୍ୟଦକ୍ଷତାକୁ ଭୂୟସୀ ପ୍ରଶଂସା କରିଥିଲେ ।