ଭିଟାମିନ୍-ଇ ତେଲ ଲଗାଇଲେ ମିଳିଥାଏ ଏହି ଉପକାରିତା

ଭିଟାମିନ୍-ଇ ତେଲ ଲଗାଇଲେ ମିଳିଥାଏ ଏହି ଉପକାରିତା

ଭିଟାମିନ୍-ଇ ତେଲ ଲଗାଇଲେ ମିଳିଥାଏ ଏହି ଉପକାରିତା
ଭିଟାମିନ୍‌-ଇ ତେଲର ଉପକାରିତା ଆମ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ନିମନ୍ତେ ଭିଟାମିନ ଇ ତେଲର ଖୁବ ହିତକାରୀ । ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତରେ ରୂପଚର୍ଯ୍ୟାରେ ପ୍ରତ୍ୟହ ଭିଟାମିନ୍ ଇ ତେଲର ବ୍ୟବହାର କଲେ ତାହାର ଉତ୍ତମ ପ୍ରଭାବ ପଡ଼େ । ଆଣ୍ଟି ଅକ୍ସିଡାଣ୍ଟ ଭରପୂର ଏହି ତେଲ ତ୍ୱେଚାର ରଙ୍ଗ ସଫା କରିବାରେ ମଧ୍ୟ ସହାୟକ । ତ୍ୱଚାର କୋମଳତା ନିମନ୍ତେ ଭିଟାମିନ୍ ଇ ତେଲର ମାଲିସ କରିବା ଭଲ । ୨ ମିନିଟ୍ ମାଲିସ କରିବା ପରେ ତ୍ୱଚାକୁ ନଖ ଉଷୁମ ପାଣିରେ ଧୋଇ ମଏଶ୍ଚରାଇଜର ପ୍ରୟୋଗ କରନ୍ତୁ । ୧ ଚାମଚ ବାଦାମ ତେଲରେ ଅଧ ଚାମଚ ଭିଟାମିନ୍ ଇ ତେଲ ମିଶାଇ ଆଖି ଚାରିପାଖ ମାଲିସ କରିଲେ, କଳାଦାଗ ୧ ମାସ ମଧ୍ୟରେ ଦୂର ହୋଇଥାଏ । ଘନ କେଶ ନିମନ୍ତେ ମଧ୍ୟ ଭିଟାମିନ୍ ଇ-ତେଲ ଖୁବ୍ ଲାଭକାରୀ । କେଶର ଘନତ୍ୱ ବଢ଼ାଇବା ନିମନ୍ତେ କେଶ ମୂଳରେ ଭିଟାମିନ୍ ଇ ତେଲକୁ ନଖ ଉଷୁମ କରି ମାଲିସ କରନ୍ତୁ । ୨୦ ମିନିଟ ପରେ ଶାମ୍ପୁ କରିନିଅନ୍ତୁ । ଭ୍ରୁ’ର ଘନତ୍ୱ ବଢ଼ାଇବା ପାଇଁ ମଧ୍ୟ ନିୟମିତ ଭିଟାମିନ୍ ଇ ତେଲକୁ ମାଲିସ କଲେ ଲାଭ ମିଳେ ।