ପାଟି ଖୋଲି ଶୋଇବା ହାନିକାରକ

ପାଟି ଖୋଲି ଶୋଇବା ହାନିକାରକ

ପାଟି ଖୋଲି ଶୋଇବା ହାନିକାରକ
ଅଧିକାଂଶ ଲୋକ ପାଟି ଖୋଲା ରଖି ଶୋଇଥାନ୍ତି । ମାତ୍ର ସବୁବେଳେ ଏପରି ଶେଇବା ଓ ଓଏସପି (ଅବଷ୍ଟ୍ରକଟିଭ ସ୍ଳିପ ଆପନେଆ) ରୋଗର ଲକ୍ଷଣ ହୋଇପାରେ ବୋଲି ଗ୍ରୀକର ଥୋସାଲୋନିକି ବିଶ୍ୱବିଦ୍ୟାଳୟ ଗବେଷକ ଦଳ ଏକ ସ୍ୱାସ୍ଥ୍ୟ ପତ୍ରକିରେ ପ୍ରକାଶ କରିଛନ୍ତି । ୧୯ ହଜାର ଲୋକଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା । ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଏହି ରୋଗ ଅଧିକ । ଓଏସପି ରୋଗ କର୍କଟର କାରଣ ମଧ୍ୟ ହୋଇପାରେ । ଛୋଟ ପିଲାଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖାଗଲେ ସେମାନଙ୍କର ମସ୍ତଷ୍କ ଉପରେ କୁ ପ୍ରଭାବ ପଡେ । ପାଟି ଖୋଲି ଶୋଇଲେ ପିଲାଙ୍କ ମସ୍ତିଷ୍କ ରେ ଅମ୍ଳଜାନ ସଂଚାଳନ ଠିକରେ ହୋଇପାରେନି । ଫଳରେ ସେମାନଙ୍କ ମସ୍ତିଷ୍କ ବିକାଶରେ ବାଧା ଉପୁଜେ । ପିଲା ପାଟି ଖୋଲା କରି ଶୋଇବା ପଛରେ ଆଉ ଏକ କାରଣ ଟନସିଲ ହୋଇପାରେ । ଲୋକଙ୍କୁ ସଚେତନ କରିବା ଉଦେ୍ଧଶ୍ୟରେ କାହାକୁ ଓଏସପି ରୋଗ ହୋଇଥାଏ,ସେ ବିଷୟରେ ମଧ୍ୟ ଗବେଷକ ଦଳ ଉଲ୍ଲଖ କରିଛନ୍ତି ।ମୋଟାପଣ, ରାତି ସମୟରେ ନାକ ରୁଦ୍ଧ ହେବା ଏବଂ ମୋଟା ବେକ ଥିବ ଲୋକଙ୍କଠାରେ ଓଏସପି ଦେଖାଯାଏ ।