ବଜାର ପ୍ରବେଶ ପାଇଁ ପ୍ରସ୍ତୁତ ଚୀନର ଅଗ୍ରଣୀ କୋଭିଡ଼ ଟିକା

ବଜାର ପ୍ରବେଶ ପାଇଁ ପ୍ରସ୍ତୁତ ଚୀନର ଅଗ୍ରଣୀ କୋଭିଡ଼ ଟିକା

ବଜାର ପ୍ରବେଶ ପାଇଁ ପ୍ରସ୍ତୁତ ଚୀନର ଅଗ୍ରଣୀ କୋଭିଡ଼ ଟିକା
ବେଜିଂ: ଚୀନର ସବୁଠାରୁ ଅଗ୍ରଣୀ ଟିକା ନିର୍ମାତା ଚାଇନା ନ୍ୟାସନାଲ ଫର୍ମାସୁ୍ୟଟିକାଲ ଗ୍ରୁପ (ସିନୋଫାର୍ମ) ଦ୍ୱାରା ପ୍ରସ୍ତୁତ କୋଭିଡ ଟିକା ଏବେ ବଜାର ବିକି୍ର ପାଇଁ ପ୍ରସ୍ତୁତ ରହିଛି । ଏ ସଂକ୍ରାନ୍ତ ଚୂଡାନ୍ତ ଅନୁମୋଦନ ପାଇଁ ନିର୍ମାତାଙ୍କ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି ଏବଂ ଜାନୁଆରୀ ସୁଦ୍ଧା ଏହାର ସାର୍ବଜନୀନ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି । ଏହି ଟିକାର ସମସ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଏହାର ସଫଳତାର ହାର ୯୫ ପ୍ରତିଶତ ବୋଲି ଦାବି କରାଯାଇଛି । ଚୀନ ସମେତ ୟୁଏଇରେ ଏହି ଟିକାର ବ୍ୟାପକ ପରୀକ୍ଷଣ ହୋଇଥିଲା । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସଂକ୍ରାନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯାଇଛି ଏବଂ ଏବେ ଏହି ଟିକା ଯଥାଶୀଘ୍ର ବଜାରରେ ଉପଲବ୍ଧ କରାଇବାକୁ ସରକାରଙ୍କୁ ଅନୁମତି ଲୋଡ଼ା ଯାଇଛି ବୋଲି ସିନୋଫାର୍ମର ମହାପ୍ରବନ୍ଧକ ସି ସେଙ୍ଗି କହିଛନ୍ତି । ଚୀନ କର୍ତ୍ତୃପକ୍ଷ ଏହି ଟିକାର ଜରୁରୀ ବ୍ୟବହାର ପାଇଁ ଗତ ଜୁଲାଇରୁ ଅନୁମତି ଦେଇ ସାରିଛନ୍ତି ।