ଗ୍ରେଗ ବାର୍କଲେ ଆଇସିସିର ନୂଆ ଅଧ୍ୟକ୍ଷ

ଗ୍ରେଗ ବାର୍କଲେ ଆଇସିସିର ନୂଆ ଅଧ୍ୟକ୍ଷ

ଗ୍ରେଗ ବାର୍କଲେ ଆଇସିସିର ନୂଆ ଅଧ୍ୟକ୍ଷ
ଦୁବାଇ: ନୁ୍ୟଜିଲାଣ୍ଡ କି୍ରକେଟ ବୋର୍ଡ ମୁଖ୍ୟ ଗ୍ରେଗ ବାର୍କଲେ ଆଇସିସିର ନୂଆ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ମଙ୍ଗଳବାର ଅନୁଷ୍ଠିତ ଆଇସିସିର ତ୍ରୈମାସିକ ବୈଠକରେ ୧୧-୫ ଭୋଟରେ ସିଙ୍ଗାପୁରର ଇମ୍ରାନ ଖୱାଜାଙ୍କୁ ପରାସ୍ତ କରି ଗ୍ରେଗ ବାର୍କଲେ ୬ ଭୋଟ ବ୍ୟବଧାନରେ ଏହି ସମ୍ମାନ ଜନକ ପଦ ହାସଲ କରିଛନ୍ତି । ଭୋଟିଂ ପ୍ରକି୍ରୟାରେ ମୋଟ ୧୬ ଜଣ ବୋର୍ଡ ନିଦେ୍ର୍ଧଶକ (୧୨ ଟେଷ୍ଟ ଖେଳୁଥିବା ଦେଶ ୩ ସହଯୋଗୀ ସଦ୍ୟ ଏବଂ ଜଣେ ନିରପେକ୍ଷ ମହିଳା ନିଦେ୍ର୍ଧଶିକା, ଇନ୍ଦ୍ରା ନୁଇ ପେପ୍ସିକୋ) ଅଂଶ ଗ୍ରହଣ କରିଥିଲେ । ଚଳିତ ସପ୍ତାହରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ଭୋଟରେ ବାର୍କଲେ କିନ୍ତୁ ୧୦ଟି ଭୋଟ ପାଇଥିଲେ । ତେବେ ଅଧ୍ୟକ୍ଷ ନିର୍ବାଚିତ ହେବା ଲାଗି ଦୁଇ ତୃତୀୟାଂଶ ଭୋଟ ପାଇବା ଜରୁରୀ ଥିଲା । ଏଣୁ ସବୁ କିଛି ଦକ୍ଷିଣ ଆଫି୍ରକା କି୍ରକେଟ ବୋର୍ଡର ଭୋଟ ପରେ ନିର୍ଭରଶୀଳ ଥିଲା । ଦକ୍ଷିଣ ଆଫି୍ରକାର ବିଜୟ ସୂଚକ ସମର୍ଥନ ପାଇବା ପରେ ମୋଟ ୧୧ ଭୋଟ ସହ ଆଇସିସିର ନୂଆ ଅଧ୍ୟକ୍ଷ ହୋଇଥିଲେ ସେ । ବାର୍କଲେ ପୂର୍ବତନ ବିସିସିଆଇ ସଭାପତି ଶଶାଙ୍କ ମନୋହରଙ୍କ ସ୍ଥାନ ନେବେ । ବାର୍କଲେଙ୍କୁ ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନୁ୍ୟଜିଲାଣ୍ଡ ଭଳି ଦେଶ ସମର୍ଥନ କରୁଥିଲେ । ଅନ୍ୟ ପକ୍ଷରେ ଖୱାଜାଙ୍କ ପଟରେ ପାକିସ୍ତାନ ସହ ଆଉ କେତେକ ଦେଶ ଥିଲେ । ଅକଲାଣ୍ଡ ଭିତ୍ତିକ ବାଣିଜି୍ୟକ ଓକିଲ ବାର୍କଲେ ୨୦୧୨ ମସିହାରୁ ନୁ୍ୟଜିଲାଣ୍ଡ କି୍ରକେଟ ବୋର୍ଡର ନିଦେ୍ର୍ଧଶକ ଦାୟିତ୍ୱ ତୁଲାଇ ଆସୁଛନ୍ତି ସମ୍ପ୍ରତି ସେ ଆଇସିସି ବୋର୍ଡରେ ନୁ୍ୟଜିଲାଣ୍ଡ କି୍ରକେଟର ପ୍ରତିନିଧିତ୍ୱ କରୁଛନ୍ତି । ଆସନ୍ତା କିଛି ଦିନ ଭିତରେ ଏହି ପଦରୁ ଇସ୍ତଫା ଦେଇ ଜଣେ ସ୍ୱାଧୀନ ଅଧ୍ୟକ୍ଷ ଭାବେ ବିଶ୍ୱ କି୍ରକେଟର ସର୍ବୋଚ୍ଚ ସଂସ୍ଥାର ନେତୃତ୍ୱ ନେବେ ।