କ୍ରିକେଟକୁ ଅଲବିଦା ଜଣାଇଲେ ପାର୍ଥିବ ପଟେଲ

କ୍ରିକେଟକୁ ଅଲବିଦା ଜଣାଇଲେ ପାର୍ଥିବ ପଟେଲ

କ୍ରିକେଟକୁ ଅଲବିଦା ଜଣାଇଲେ ପାର୍ଥିବ ପଟେଲ
ଅହମ୍ମଦାବାଦ : ଭାରତୀୟ କ୍ରିକେଟର ପାର୍ଥିବ ପଟେଲ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଭାରତ ପାଇଁ ମାତ୍ର ୧୭ ବର୍ଷରେ ପଦାର୍ପଣ କରିଥିବା ପାର୍ଥିବ ୩୫ ବଷ ବୟସରେ ପେଶାଦାର କ୍ରିକେଟକୁ ଅଲବିଦା ଜଣାଇଛନ୍ତି । ଟ୍ୱିଟ୍ଟର ଜରିଆରେ ନିଜର ଅବସର ସମ୍ପର୍କରେ ପାର୍ଥିବ ଘୋଷଣା କରିଛନ୍ତି । ୨୦୦୨ରେ ଇଂଲଣ୍ଡ ବିରୋଧରେ ମାତ୍ର ୧୭ ବର୍ଷ ୧୫୩ ଦିନରେ ପଦାର୍ପଣ କରି ସର୍ବକନିଷ୍ଠ ୱିକେଟ କିପରର ମାନ୍ୟତା ହାସଲ କରିଥିଲେ ପାର୍ଥିବ । ତେବେ ମହେନ୍ଦ୍ର ସିଂ ଧୋନୀଙ୍କ ଉପସ୍ଥିତିରେ ପାର୍ଥିବଙ୍କୁ ଭାରତୀୟ ଦଳରେ ପର୍ଯ୍ୟାପ୍ତ ସୁଯୋଗ ମିଳିନଥିଲା । ୧୮ ବର୍ଷର ଲମ୍ବା କ୍ୟାରିୟରେ ପାର୍ଥି ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ଅନ୍ତିମ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ପାର୍ଥିବ ଭାରତ ପକ୍ଷରୁ ୨୫ ଟି ଟେଷ୍ଟ, ୩୮ଟି ଦିନିକିଆ ଏବଂ ୨ଟି ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ୨୫ଟି ଟେଷ୍ଟ ମ୍ୟାଚରେ ପାର୍ଥିବ ୩୧.୧୩ ହାରରେ ୬ଟି ଅର୍ଦ୍ଧଶତକ ସହିତ ୯୩୪ ରନ ସଂଗ୍ରହ କରିଛନ୍ତି । ଏହା ସହିତ ଟେଷ୍ଟରେ ୱିକେଟ ପଛରେ ୬୦ଟି କ୍ୟାଚ ଏବଂ ୯ଟି ଷ୍ଟମ୍ପିଂ ମଧ୍ୟ କରିଛନ୍ତି । ଦିନିକିଆରେ ୩୮ଟି ମ୍ୟାଚ ଖେଳି ୪ ଅର୍ଦ୍ଧଶତକ ସହାୟତାରେ ୭୩୬ ରନ ସଂଗ୍ରହ କରିଛନ୍ତି ପାର୍ଥିବ । ଦିନିକିଆରେ ପାର୍ଥିବ ୩୦ଟି କ୍ୟାଚ ଏବଂ ୯ଟି ଷ୍ଟମ୍ପିଂ କରିଛନ୍ତି । ଟି ୨୦ରେ ପର୍ଯ୍ୟାପ୍ତ ସୁଯୋଗ ମିଳିନଥିବା ବେଳେ ୨ଟି ମ୍ୟାଚରୁ ୩୬ ରନ ଏବଂ ଗୋଟିଏ କ୍ୟାଚ ନେଇଛନ୍ତି ପାର୍ଥିବ । ପ୍ରଥମ ଶ୍ରେଣୀ କ୍ରିକେଟରେ ପାର୍ଥିବଙ୍କ ପ୍ରଦର୍ଶନ ଅତ୍ୟନ୍ତ ଚମକ୍ରାର ରହିଥିଲା । ୧୮୭ଟି ମ୍ୟାଚରୁ ୪୩ ରନ ହାରରେ୧୦୭୯୭ ରନ ସଂଗ୍ରହ କରିଛନ୍ତି ପାର୍ଥିବ । ଏହା ମଧ୍ୟରେ ୨୬ଟି ଶତକ ଏବଂ ୫୯ ଅର୍ଦ୍ଧଶତକ ସାମିଲ ରହିଛି । ଏହା ବ୍ୟତିତ ପାର୍ଥିବଙ୍କ ନେତୃତ୍ୱରେ ଗୁଜରାଟ ୨୦୧୬-୧୭ରେ ରଣଜୀ ଟ୍ରଫି ଚାମ୍ପିୟନ ହୋଇଥିଲା । ଫାଇନାଲରେ ମୁମ୍ବାଇ ବିପକ୍ଷରେ ପ୍ରଥମ ଇନିଂସରେ ୯୦ ଏବଂ ଦ୍ୱିତୀୟ ଇନିଂସରେ ୧୪୩ ରନର ଇନିଂସ ଖେଳିଥିଲେ ପାର୍ଥିବ । ରଣଜୀ ଫାଇନାଲରେ ଚତୁର୍ଥ ଇନିଂସରେ ୧୪୩ ରନ ଏକ ରେକର୍ଡ ହୋଇ ରହିଛି ।