କୋହଲି ଭାରତୀୟ କ୍ରିକେଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି

କୋହଲି ଭାରତୀୟ କ୍ରିକେଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି

କୋହଲି ଭାରତୀୟ କ୍ରିକେଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି
ନୂଆଦିଲ୍ଲୀ : ବିସିସିଆଇର ୩୯ତମ ସଭାପତି ଭାବେ ବୁଧବାର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିରାଟ କୋହଲିଙ୍କୁ ଭାରତୀୟ କି୍ରକେଟ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ବୋଲି କହିଛନ୍ତି ଗାଙ୍ଗୁଲି । ବୁଧବାର ସାମ୍ବାଦିକ ସମ୍ମିଳନୀରେ ଗାଙ୍ଗୁଲି କହିଛନ୍ତି , ବିରାଟ କୋହଲି ଭାରତୀୟ ଦଳକୁ ନୂଆ ସ୍ତରରେ ପହଞ୍ଚାଇଛନ୍ତି । ଆମେ ତାଙ୍କ ସହିତ ଅଛୁ ଏବଂ ଆଗକୁ ମଧ୍ୟ ରହିବୁ । କୋହଲି ହିଁ ଭାରତୀୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆସନ୍ତା କାଲି ମୁଁ ବିରାଟଙ୍କ ସହିତ କଥା ହେବି ଓ ତାଙ୍କୁ ଯଥା ସମ୍ଭବ ସହଯୋଗ କରିବି । ମୁଁ ଏଠି କୋହଲିଙ୍କ କାମ ସହଜ କରିବାକୁ ଆସିଛି, କଷ୍ଟକର ନୁହେଁ । ବେଙ୍ଗଲ କି୍ରକେଟ ସଂଘର ସଭାପତି ରହିସାରିଥିବା ଗାଙ୍ଗୁଲି ବିସିସିଆଇର ବିଶ୍ୱସନୀୟତା ଉପରେ କୌଣସି ପ୍ରକାର ସାଲିସ ନ କରି, ଟିମ୍ ଇଣ୍ଡିଆର ନେତୃତ୍ୱ ନେଲା ଭଳି ପରିଚାଳନା କରିବେ ବୋଲି କହିଝନ୍ତି । ମହାରାଜା କୁମାରଙ୍କ (୧୯୫୪-୫୬) ପରେ ବିସିସିଆଇର ସଭାପତି ହେବାରେ ସୌରଭ ଗାଙ୍ଗୁଲି ହେଉଛନ୍ତି ଦ୍ୱିତୀୟ ଭାରତୀୟ ଅଧିନାୟକ । ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ ଜାରି ରଖିଛି । ରାଞ୍ଚି ଟେଷ୍ଟରେ ପାଳି ଓ ୨୦୨ ରନରେ ବଡ଼ ବିଜୟ ହାସଲ କରିବାସହିତ ଦକ୍ଷିଣ ଆଫି୍ରକା ବିପକ୍ଷ ଟେଷ୍ଟ ଶୃଙ୍ଖଳାକୁ ୩-୦ ରେ ମୂଳପୋଛ କରିଥିଲା ବିରାଟ ବାହିନୀ । ଏହା ସହିତ ଲଗାତାର ଭାବେ ୧୧ ଘରୋଇ ଟେଷ୍ଟ ଶୃଙ୍ଖଳା ବିଜୟର ବିଶ୍ୱ କୀର୍ତ୍ତିମାନ ମଧ୍ୟ ସ୍ଥାପନ କରିଛି ଭାରତୀୟ ଦଳ ।