ଓକିଲଙ୍କ ଆନେ୍ଦାଳନରେ ସୁପ୍ରିମକୋର୍ଟଙ୍କ କୋଠର ଆଭିମୁଖ୍ୟ

ଓକିଲଙ୍କ ଆନେ୍ଦାଳନରେ ସୁପ୍ରିମକୋର୍ଟଙ୍କ କୋଠର ଆଭିମୁଖ୍ୟ

ଓକିଲଙ୍କ ଆନେ୍ଦାଳନରେ ସୁପ୍ରିମକୋର୍ଟଙ୍କ କୋଠର ଆଭିମୁଖ୍ୟ
ଭୁବନେଶ୍ୱର: ଓକିଲଙ୍କ ଆନେ୍ଦାଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟ କୋଠର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଓଡ଼ିଶା ବାର କାଉନସିଲ ଅଧ୍ୟକ୍ଷଙ୍କୁ ହାଜର ହେବାକୁ ସୁପ୍ରିମକୋର୍ଟ ନୋଟିସ ଜାରି କରିିଛନ୍ତି । ହାଇକୋର୍ଟ ବାର ଆସୋସିଏସନ ସଭାପତିଙ୍କୁ ମଧ୍ୟ ହାଜର ହେବାକୁ ନୋଟିସ ଜାରି କହିଛନ୍ତି । ଏଥିସହ ଭାରତୀୟ ବାର କାଉନସିଲ ଅଧ୍ୟକ୍ଷଙ୍କୁ ସହଯୋଗ ପାଇଁ ସୁପ୍ରମିକୋର୍ଟ କହିଛନ୍ତି । ଆନେ୍ଦାଳନରତ ଓକିଲଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇ ସୁପ୍ରିମକୋର୍ଟ ତାଙ୍କର ସହଯୋଗ ଲୋଡ଼ିଛନ୍ତି । ଅନ୍ୟପକ୍ଷରେ ମହକିଲଙ୍କୁ ସୁରକ୍ଷା ଯୋଗାଇବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ମହକିଲ ଏବଂ ଇଚ୍ଛୁକ ଓକିଲଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି । ସେହିପରି ହାଇକୋର୍ଟଙ୍କ ପକ୍ଷରୁ ଲଢୁଥିବା ଓକିଲଙ୍କୁ ସତ୍ୟପାଠ ଦେବାକୁ ନିଦେ୍ର୍ଧଶ ଦେଇଛନ୍ତି । ୨୦୧୮, ୧୯ରେ କେତେଦିନ କୋର୍ଟ ଅଚଳ ହୋଇଛି ସେ ସମ୍ପର୍କରେ ମଧ୍ୟ ଜଣାଇବାକୁ ସୁପ୍ରିମକୋର୍ଟ କହିଛନ୍ତି । ହାଇକୋର୍ଟ ଓ ତଳ କୋର୍ଟ କେତେ ଦିନ ଅଚଳ ହୋଇଛି ସେ ସମ୍ପର୍କରେ ଜଣାଇବାକୁ ସୁପ୍ରିମକୋର୍ଟ କହିଛନ୍ତି । ଏଥିସହ ଆସନ୍ତା ନଭେମ୍ବର ୮ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିବା ହାଇକୋର୍ଟଙ୍କ ପକ୍ଷରୁ ଲଢୁଥିବା ଓକିଲ ଶିବଶଙ୍କର ମିଶ୍ରଙ୍କ ଠାରୁ ପ୍ରକାଶ ।