ଆଇପିଏଲରେ ସବୁଠୁ ଅଧିକ ଆୟ କରିଛନ୍ତି ଏହି ଖେଳାଳି, ପଛରେ ଅଛନ୍ତି କୋହଲି ଏବଂ ରୋହିତ
ଆଇପିଏଲରେ ସବୁଠୁ ଅଧିକ ଆୟ କରିଛନ୍ତି ଏହି ଖେଳାଳି, ପଛରେ ଅଛନ୍ତି କୋହଲି ଏବଂ ରୋହିତ
admin
Dec 10, 2020 - 12:09
Updated: Dec 10, 2020 - 12:09
ମୁମ୍ବାଇ : ଆଇପିଏଲରେ କେଉଁ ଖେଳାଳି ସବୁଠାରୁ ଅଧିକ ବେତନ ପାଇଛନ୍ତି ତାହା ଜାଣିବା ପାଇଁ ଫ୍ୟାନ ମାନେ ସର୍ବଦା ଉତ୍ସୁକ ରହିଥାନ୍ତି । ବିରାଟ କୋହଲି ଆରସିବିରୁ ୧୮ କୋଟି ଟଙ୍କାର ବାର୍ଷିକ ବେତନ ପାଉଛନ୍ତି । ତେବେ ଭାରତୀୟ ଅଧିନାୟକ କୋହଲି ସର୍ବାଧିକ ଆୟକାରୀ ଭାରତୀୟ ଖେଳାଳି ନୁହନ୍ତି ବରଂ ସେ ୩ନମ୍ବର ସ୍ଥାନରେ ରହିଛନ୍ତି । ଏପରିକି ଉପ ଅଧିନାୟକ ରୋହିତ ଶର୍ମା ମଧ୍ୟ ପ୍ରଥମ ସ୍ଥାନରେ ନାହାନ୍ତି । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏହି ତାଲିକାର ସର୍ବାଗ୍ରେ ରହିଛନ୍ତି ।
ଆଇପିଏଲର ୧୩ଟି ସଂସ୍କରଣ ସରିଥିବା ବେଳେ ପୂର୍ବତନ ଭାରତୀୟ ଅଧିନାୟକ ତଥା ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସର୍ବାଧିକ ୧୩୭ କୋଟି ଆୟ କରିଛନ୍ତି । ଧୋନୀ ୬ କୋଟି ଟଙ୍କାରେ ଚେନ୍ନାଇ ସୁପର କିଙ୍ଗସ ସହିତ ଯୋଡି ହୋଇଥିଲେ । ପ୍ରଥମ ତିନି ସିଜିନରେ ଧୋନୀଙ୍କ ପ୍ରଦର୍ଶନ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ଏହାପରେ ବିସିସିଆଇ ପକ୍ଷରୁ ରିଟେନଡ ପ୍ଲେୟାରଙ୍କ ସର୍ବାଧିକ ମୂଲ୍ୟ ୮.୨ କୋଟି ରହିଥିଲା । ୨୦୧୧-୧୩ ପର୍ଯ୍ୟନ୍ତ ଧୋନୀ ବାର୍ଷିକ ୮.୨ କୋଟିର ବେତନ ପାଇଥିଲେ ।
୨୦୧୪ ରେ ବିସିସିଆଇ ପକ୍ଷରୁ ବେତନ ୧୨.୫ କୋଟିକୁ ବୃଦ୍ଧି କରାଯାଇଥିଲା । ରାଇଜିଂ ପୁନେ ସୁପରଜିଆଣ୍ଟସହିତ ଧୋନୀ ଦୁଇବର୍ଷରେ ୨୫ କୋଟି ଆୟ କରିଥିଲେ । ବିଗତ ତିନି ବର୍ଷ ଧରି ଧୋନୀ ଚେନ୍ନାଇ ସହିତ ବାର୍ଷିକ ୧୫ କୋଟିର ଚୁକ୍ତି କରିଛନ୍ତି । ଧୋନୀ ସମୁଦାୟ ୧୩୭ କୋଟିର ଆୟ ସହିତ ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ରୋହିତ ଶର୍ମା ୧୩୧ କୋଟି ଟଙ୍କା ସହିତ ଦ୍ୱିତୀୟ ଏବଂ ବିରାଟ କୋହଲି ୧୨୬ କୋଟି ସହିତ ତୃତୀୟ ସ୍ଥାନରେ ରହିଛନ୍ତି ।