ଇତିହାସ ରଚିଲେ ଝାଝରିୟା, ବାପାଙ୍କୁ ଉତ୍ସର୍ଗ କଲେ ପଦକ
ଇତିହାସ ରଚିଲେ ଝାଝରିୟା, ବାପାଙ୍କୁ ଉତ୍ସର୍ଗ କଲେ ପଦକ
ଟୋକିଓ; ଟୋକିଓ ପାରା ଅଲିମ୍ପିକ୍ସ ଖେଳରେ ଭାରତର ଜାଭେଲିନ୍ ଥ୍ରୋ ଖେଳାଳି ଦେବେନ୍ଦ୍ର ଝାଝରିୟା ଇତିହାସ ରଚିଛନ୍ତି। ସେ ଏଥିରେ ରୌପ୍ୟ ପଦକ ହାସଲ କରି ଭାରତର ଗୌରବ ବଢ଼ାଇଛନ୍ତି। ସେ ଏହି ପଦକକୁ ତାଙ୍କର ସ୍ୱର୍ଗତ ବାପା ରାମ ସିଂହ ଝାଝରିୟାଙ୍କୁ ଉତ୍ସର୍ଗ କରିଛନ୍ତି। କ୍ୟାନସରରେ ପୀଡ଼ିତ ଥିବା ତାଙ୍କ ବାପାଙ୍କ ଗତ ବର୍ଷ ପରଲୋକ ଘଟିଥିଲା । ଝାଝରିଆ କହିଛନ୍ତି, ରୌପ୍ୟ ପଦକ ସଫଳତା ଦେଶବାସୀଙ୍କର କିନ୍ତୁ ମୁଁ ଏହାକୁ ମୋ ବାପାଙ୍କୁ ଉତ୍ସର୍ଗ କରିବାକୁ ଚାହୁଁଛି। ପାରା ଅଲିମ୍ପିକ୍ସରେ ସେ ଆଉ ଏକ ପଦକ ଜିତେ ବୋଲି ବାପା ଚାହୁଁଥିଲେ। ତାଙ୍କ ପରିଶ୍ରମ ଏବଂ ସମର୍ଥନ ପାଇଁ ଏଠାରେ ପହଞ୍ଚି ପାରିଛି ଓ ସେ ମୋତେ କଠିନ ପରିଶ୍ରମ କରିବାକୁ ଏବଂ ପଦକ ଜିତିବାକୁ ଉତ୍ସାହିତ କରିଥିଲେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ତାଙ୍କ ସ୍ୱପ୍ନ ପୂରଣ କରିପାରିଥିବାରୁ ସେ ବହୁତ ଖୁସି ଥିବା କହିଛନ୍ତି। ଟୋକିଓରେ ରୌପ୍ୟ ଜିତିଥିବାରୁ ଖୁସି ଅଛି। ସେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ, କିନ୍ତୁ ଶ୍ରୀଲଙ୍କା ପ୍ରତିଯୋଗୀ ଭଲ ପ୍ରଦର୍ଶନ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ ବୋଲି କହିଥିଲେ। ଟୋକିଓରେ ଝାଝରିଆ ଜାଭେଲିନ ଥ୍ରୋ ଏଫ ୪୬ ଇଭେଣ୍ଟ ଫାଇନାଲରେ ୬୪.୩୫ ମିଟର ଦୂରକୁ ଜାଭେଲିନ ଫିଙ୍ଗି ରୌପ୍ୟ ପଦକ ଜିତିଥିଲେ । ପାରାଲିମ୍ପିକ୍ସ କ୍ରୀଡ଼ାରେ ଏହା ତାଙ୍କର ତୃତୀୟ ପଦକ ରହିଥିଲା । ସେ ୨୦୦୪ ଏଥେନ୍ସ ଓ ୨୦୧୬ ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତି ଇତିହାସ ରଚିଥିଲେ ।