ପୂର୍ବତନ କି୍ରକେଟର ଗମ୍ଭୀରଙ୍କ ବିରୋଧରେ ଚାର୍ଜସିଟ୍

ପୂର୍ବତନ କି୍ରକେଟର ଗମ୍ଭୀରଙ୍କ ବିରୋଧରେ ଚାର୍ଜସିଟ୍

ପୂର୍ବତନ କି୍ରକେଟର ଗମ୍ଭୀରଙ୍କ ବିରୋଧରେ ଚାର୍ଜସିଟ୍
ନୂଆଦିଲ୍ଲୀ : ପୂର୍ବତନ କି୍ରକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ବିରୋଧରେ ଠକେଇ ମାମଲା ଦିଲ୍ଲୀ ପୁଲିସ ଚାର୍ଜସିଟ୍ ଦାଖଲ କରିଛି । ଗମ୍ଭୀର ଲୋକଙ୍କଠାରୁ ଟଙ୍କା ନେଇ ମଧ୍ୟ ସେମାନଙ୍କୁ ଫ୍ଲାଟ ଯୋଗାଇ ନଥିବା ଅଭିଯୋଗରେ ୨୦୧୬ ମସିହାରେ ତାଙ୍କ ବିରୋଧରେ ମାମଲା ରୁଜୁହୋଇଥିଲା । ପାଖାପାଖି ୫୦ ଜଣ ଫ୍ଲାଟ ଗ୍ରାହକ ଗମ୍ଭୀରଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିଲେ । ଉଲ୍ଲେଖଯୋଗ୍ୟ, ଗମ୍ଭୀର ରୁଦ୍ର ବିଲ୍ଡେବଲ ରିୟଲିଟି ପ୍ରାଇଭେଟ ଲିଭିଟେଡର ନିଦେ୍ର୍ଧଶକ ଏବଂ ବ୍ରାଣ୍ଡ ଆମ୍ବାସଡ଼ର ଥିଲେ । ଗମ୍ଭୀରଙ୍କ ବ୍ୟତୀତ ଏହି କମ୍ପାନୀର ପ୍ରମୋଟର ମୁକେଶ ଖୁରାନା, ଗୌତମ ମେହରାଙ୍କ ବିରୋଧରେ ମଧ୍ୟ ଏହି ମାମଲା ରୁଜୁ ହୋଇଛି ।