ବିଶ୍ୱକପ ଜିତିଲା ଇଂଲଣ୍ଡ
ବିଶ୍ୱକପ ଜିତିଲା ଇଂଲଣ୍ଡ
ନୂଆଦିଲ୍ଲୀ : ଟ୍ୱେଂଟି ଟ୍ୱେଂଟି ବିଶ୍ୱକପ ଫାଇନାଲରେ ବାଜିମାତ କରିଛି ଇଂଲଣ୍ଡ । ପାକିସ୍ତାନକୁ ହରାଇ ଇଂଲଣ୍ଡ ଟ୍ରଫି ହାସଲ କରିଛି । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୩୭ ରନ କରିଥିଲା । ଫଳରେ ଇଂଲଣ୍ଡ ପାଇଁ ୧୩୮ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ୧୩୮ ରନର ପିଛା କରି ଇଂଲଣ୍ଡ ପ୍ରାରମ୍ଭରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏକଦା ପାକିସ୍ତାନ ଭଲ ସ୍ଥିତିରେ ଥିଲା । କିନ୍ତୁ ଷ୍ଟୋକସଙ୍କ ବ୍ୟାଟିଂରେ ପାକ ବୋଲର ଚିତପଟାଙ୍ଗ ମାରିଥିଲେ । ଷ୍ଟୋକସ ପଡ଼ିଆର ଚତୁର୍ଦ୍ଦିଗକୁ ଭଲ ସଟ ମାରି ଇଂଲଣ୍ଡର ରନ ସ୍କୋରକୁ ବଢ଼ାଇଥିଲେ । ଅପରପକ୍ଷରେ ଇଂଲଣ୍ଡର ମୋଏନ ଅଲ୍ଲୀ ମଧ୍ୟ ଉପଯୋଗୀ ପାଳି ଖେଳିଥିଲେ । ଶେଷ ଓଭର ଆଡ଼କୁ ଇଂଲଣ୍ଡ ଖେଳାଳୀମାନେ ଭଲ ପ୍ରଦର୍ଶନ କରିଥିଲେ । ବୋଲିଂ ସହ ବ୍ୟାଟିଂରେ ଉଚ୍ଚମାନର ପ୍ରଦର୍ଶନ କରି ଇଂଲଣ୍ଡ ବାଜିମାତ କରିବାରେ ସମର୍ଥ ହୋଇଥିଲା ।
ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଆଜାମଙ୍କ ୩୨ ରନ, ମାସୁଦଙ୍କ ୩୮ ରନ, ଖାନଙ୍କ ୨ ରନ ବଳରେ ୧୩୭ ରନ କରିପାରିଥିଲା । କମ ସ୍କୋର କରିଥିବାରୁ ଇଂଲଣ୍ଡ ସହଜରେ ବିଜୟ ଲାଭ କରିବ ବୋଲି ଆଶା କରାଯାଉଥିଲା । ୧୩୮ ରନର ପିଛା କରି ଇଂଲଣ୍ଡ ମାତ୍ର ୭ ରନରେ ପ୍ରଥମ ୱିକେଟ ହରାଇଥିଲା । ଏମିତିକି ୪୫ ରନରେ ଦଳ ୩ଟି ୱିକେଟ ହରାଇଥିଲା । ତେବେ ଷ୍ଟୋକସଙ୍କ ଅର୍ଦ୍ଧଶତକ ଓ ବ୍ରୁକ ଏବଂ ଅଲ୍ଲୀଙ୍କ ଉପଯୋଗୀ ରନ ବଳରେ ଇଂଲଣ୍ଡ ବିଶ୍ୱକପ ଟାଇଟଲ ହାସଲ କରିବାରେ ସମର୍ଥ ହୋଇଛି ।