ସଚିନଙ୍କ କୀର୍ତ୍ତିମାନ କାଟିଲେ ସେଫାଳି

ସଚିନଙ୍କ କୀର୍ତ୍ତିମାନ କାଟିଲେ ସେଫାଳି

ସଚିନଙ୍କ  କୀର୍ତ୍ତିମାନ କାଟିଲେ ସେଫାଳି
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ପ୍ରାରମ୍ଭିକ ବ୍ୟାଟର୍ ସେଫାଳି ବର୍ମା ରବିବାର ସେଣ୍ଟ୍ ଲୁସିଆଠାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟ୍ୱେଣ୍ଟି-୨୦ ମ୍ୟାଚରେ ଅର୍ଦ୍ଧଶତକ ଜମାଇଛନ୍ତି । ଏଥି ସହିତ ୧୫ ବର୍ଷ ବୟସ୍କା ସେଫାଳି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବହୁ ପୁରୁଣା କୀର୍ତ୍ତିମାନକୁ ଭାଙ୍ଗି ଆନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରିବାରେ ସର୍ବକନିଷ୍ଠ ଭାରତୀୟ ଖେଳାଳି ହୋଇଛନ୍ତି । ୩୦ ବର୍ଷ ତଳେ ୧୬ ବର୍ଷ ଓ ୨୧୪ ଦିନ ବୟସରେ ସଚିନ ପ୍ରଥମ ଆନ୍ତର୍ଜାତିକ ଅର୍ଦ୍ଧଶତକ ହାସଲ କରିଥିଲେ । ରବିବାର ମାତ୍ର ୧୫ ବର୍ଷ ଓ ୨୮୫ ଦିନ ବୟସରେ ସେଫାଳି ଅର୍ଦ୍ଧଶତକ ଜମାଇ ୩୦ ବର୍ଷ ତଳର ପୁରୁଣା କୀର୍ତ୍ତିମାନକୁ ଟପି ଯାଇଛନ୍ତି । ଗତ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁରତରେ ଖେଳିଥିବା ନିଜ ଆନ୍ତର୍ଜାତିକ ଟ୍ୱେଣ୍ଟି-୨୦ ଜୀବନର ଦ୍ୱିତୀୟ ମ୍ୟାଚ୍ରେ ସେଫାଳି ୪୬ ରନ୍ କରିଥିଲେ । କିନ୍ତୁ ୱେଷ୍ଟେଇଣ୍ଡିଜ୍ ବିପକ୍ଷ ରବିବାର ପ୍ରଥମ ଟ୍ୱେଣ୍ଟି-୨୦ରେ ସେ ଅର୍ଦ୍ଧଶତକ (୭୩ ରନ୍) ହାସଲ କରି ନିଜ ନାମରେ ଏକ କୀର୍ତ୍ତିମାନ ଯୋଡ଼ିଛନ୍ତି ।