କର ବା ମର ମୁକାବିଲାରେ ହାଇଦ୍ରାବାଦର ବୋଲିଂ ନିଷ୍ପତ୍ତି : ରୋହିତଙ୍କ ପ୍ରତ୍ୟାବର୍ତ୍ତନ

କର ବା ମର ମୁକାବିଲାରେ ହାଇଦ୍ରାବାଦର ବୋଲିଂ ନିଷ୍ପତ୍ତି : ରୋହିତଙ୍କ ପ୍ରତ୍ୟାବର୍ତ୍ତନ

କର ବା ମର ମୁକାବିଲାରେ ହାଇଦ୍ରାବାଦର ବୋଲିଂ ନିଷ୍ପତ୍ତି : ରୋହିତଙ୍କ ପ୍ରତ୍ୟାବର୍ତ୍ତନ
ଶାରଜା : ଆଇପିଏଲ ଲିଗ ପର୍ଯ୍ୟାୟର ଅନ୍ତିମ ଲିଗ ମ୍ୟାଚ ଆଜି ଶାରଜାରେ ଖେଳାଯିବ । ପ୍ଲେ ଅଫ୍ ପାଇଁ ଗୁରୁତ୍ୱ ବହନ କରୁଥିବା ଏହି ମ୍ୟାଚରେ ପରସ୍ପରର ସମ୍ମୁଖୀନ ହେଉଛନ୍ତି ହାଇଦ୍ରାବାଦ ଏବଂ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ । କର ବା ମର ସ୍ଥିତିରେ ରହିଥିବା ହାଇଦ୍ରାବାଦ ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲ୍ିଂର ନିଷ୍ପତ୍ତି ନେଇଛି । ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଆଜି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆଜିର ମ୍ୟାଚ ପାଇଁ ୩ଟି ପରିବର୍ତ୍ତନ ସହିତ ମୁମ୍ବାଇ ପଡିଆକୁ ଓହ୍ଲାଇଥିଲା । । ହାର୍ଦ୍ଧିକ ପାଣ୍ଡ୍ୟା, ଯଶପ୍ରୀତ ବୁମରା ଏବଂ ଟ୍ରେଣ୍ଟ ବୋଲ୍ଟଙ୍କ ସ୍ଥାନରେ ରୋହିତ ଶର୍ମା, ଧୱଲ କୁଲକର୍ଣ୍ଣୀ ଏବଂ ଜେମସ ପାଟ୍ଟିନସନଙ୍କୁ ଦଳରେ ସାମିଲ କରାଯାଇଛି । ସେହିପରି ହାଇଦ୍ରାବାଦ ପକ୍ଷରୁ ଅଭିଷେକ ଶର୍ମାଙ୍କ ସ୍ଥାନରେ ପ୍ରିୟମ ଗର୍ଗଙ୍କୁ ସାମିଲ କରାଯାଇଛି । ଏହି ମ୍ୟାଚରେ ବିଜୟୀ ହେଲେ ହାଇଦ୍ରାବାଦ ପ୍ଲେଅଫରେ ପ୍ରବେଶ କରିବ । ତେବେ ଯଦି ହାଇଦ୍ରାବାଦ ପରାସ୍ତ ହୁଏ ତେବେ କେକେଆର ଚତୁର୍ଥ ଦଳ ଭାବରେ ଯୋଗ୍ୟତା ଅର୍ଜନ କରିବ ।