ଦିଲ୍ଲୀ-ପଞ୍ଜାବ ମୁକାବିଲା : ଟସ ଜିତି ଦିଲ୍ଲୀର ବ୍ୟାଟିଂ ନିଷ୍ପତ୍ତି

ଦିଲ୍ଲୀ-ପଞ୍ଜାବ ମୁକାବିଲା : ଟସ ଜିତି ଦିଲ୍ଲୀର ବ୍ୟାଟିଂ ନିଷ୍ପତ୍ତି

ଦିଲ୍ଲୀ-ପଞ୍ଜାବ ମୁକାବିଲା : ଟସ ଜିତି ଦିଲ୍ଲୀର ବ୍ୟାଟିଂ ନିଷ୍ପତ୍ତି
ଦୁବାଇ : ଆଜି ଆଇପିଏଲର ୩୮ ତମ ମ୍ୟାଚରେ ପରସ୍ପରର ସମ୍ମୁଖୀନ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କିଙ୍ଗସ ଇଲେଭେନ ପଞ୍ଜାବ । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ ଟାଇ ରହିଥିବା ବେଳେ ଦିଲ୍ଳୀ ସୁପର ଓଭରରେ ବିଜୟୀ ହୋଇଥିଲା । ଟେବୁଲ ଟପରେ ରହିଥିବା ଦିଲ୍ଲୀ ଆଜିର ମ୍ୟାଚରୁ ବିଜୟ ସହିତ ପ୍ଲେ ଅଫ୍ ବର୍ଥ ସୁରକ୍ଷିତ ରଖିବାକୁ ଚାହୁଁଥିବା ବେଳେ ପଞ୍ଜାବ ନିଜ ଆଶା ବଳବତ୍ତର ରଖିବା ପାଇଁ ମ୍ୟାଚ ଖେଳିବ । ପୂର୍ବ ମ୍ୟାଚର ଡବଲ ସୁପର ଓଭର ବିଜୟ ପରେ ପଞ୍ଜାବ ଖେଳାଳି ଦୃଢ ଆତ୍ମବିଶ୍ୱାସରେ ରହିଛନ୍ତି । ଏହି ମ୍ୟାଚ ପାଇଁ ପଞ୍ଜାବ ଦଳ ଅପରିବର୍ତ୍ତିତ ରହିଥିବା ବେଳେ ଦିଲ୍ଳୀ ଦଳରେ ୩ଟି ପରିବର୍ତ୍ତନ କରାଯାଇଛି । ଆନିର୍କ ନୋର୍ଜେଙ୍କୁ ବିଶ୍ରାମ ଦିଆଯାଇ ଡାନିଏଲ ସାମସଙ୍କୁ ଖେଳାଯାଇଥିବା ବେଳେ ରାହାଣେ ଏବଂ ଆଲେକ୍ସ କେରୀଙ୍କ ସ୍ଥାନରେ ଋଷଭ ପନ୍ତ ଏବଂ ସିମରନ ହିଟମେୟରଙ୍କୁ ସାମିଲ କରାଯାଇଛି ।