ମାରାଡୋନାଙ୍କ ୧୦ ନଂ ଜର୍ସିକୁ ଅବସର ଦେବା ପାଇଁ ଦାବି

ମାରାଡୋନାଙ୍କ ୧୦ ନଂ ଜର୍ସିକୁ ଅବସର ଦେବା ପାଇଁ ଦାବି

ମାରାଡୋନାଙ୍କ ୧୦ ନଂ ଜର୍ସିକୁ ଅବସର ଦେବା ପାଇଁ ଦାବି
ବୁଏନସ ଏୟାରସ: ଫୁଟବଲର ଭଗବାନ ଡିଆଗୋ ମାରାଡୋନାଙ୍କର ବୁଧବାର ଅକାଳ ବିୟୋଗ ଘଟିଛି । ତାଙ୍କ ପରଲୋକ ପରେ କିମ୍ବଦନ୍ତୀ ତାରକା ମାରାଡୋନା ପରିଧାନ କରୁଥିବା ୧୦ ନଂ ଜର୍ସି ଅବସର ନେବା ଉଚିତ ନା ନାହିଁ ତାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି । ଏଭଳି ସମୟରେ ଏହି ଆର୍ଜେଣ୍ଟିନା ମହାନଙ୍କ ଜର୍ସି ନମ୍ବରକୁ ଅବସର ଦେଇଦେବାକୁ ମାର୍ସେଲି ପ୍ରବନ୍ଧକ ଆନେ୍ଦ୍ର ବିଳାସ ବୋଆସ ଫୁଟବଲର ସର୍ବୋଚ୍ଚ ସଂସ୍ଥା ଫିଫା ନିକଟରେ ଦାବି କରିଛନ୍ତି । ମାରାଡୋନାଙ୍କ ସମ୍ମାନାେଇର୍ ତାଙ୍କ ଜର୍ସି ନମ୍ବରକୁ ଆଉ କାହାରିକୁ ପିନ୍ଧିବାର ସୁଯୋଗ ନ ଦେବା ପାଇଁ ଫିଫା ନିଷ୍ପତ୍ତି ନେଉ ବୋଲି ମାର୍ସେଲି ଆହ୍ୱାନ ଦେଇଛନ୍ତି । ମାରାଡୋନା ସର୍ବକାଳୀନ ମହାନ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ବିବେଚିତ ହେଉଥିଲେ । ଆର୍ଜେଣ୍ଟିନାରେ ପ୍ରଶଂସକମାନେ ତାଙ୍କୁ ‘ଏଲ ଡିଓସ’ ଭାବେ ପରିଗଣିତ କରୁଥିଲେ । ଯାହାର ଅର୍ଥ ଭଗବାନ । ଏପରିକି ତାଙ୍କ ୧୦ ନମ୍ବର ଜର୍ସିକୁ ମଧ୍ୟ ‘ଏଲ ଡିଏଜ୍’ ସମ୍ବୋଧିତ କରୁଥିଲେ । ମାରାଡୋନାଙ୍କ ପୂର୍ବତନ କ୍ଲବ ନାପୋଲି ତାଙ୍କୁ ସମ୍ମାନ ଜଣାଇ ୨୦୦୦ ମସିହା ଠାରୁ ୧୦ ନମ୍ବର ଜର୍ସିକୁ ବ୍ୟବହାର କରୁନାହିଁ । ସେହି ଦୃଷ୍ଟିରୁ ଫିଫା ମଧ୍ୟ ମାରାଡୋନାଙ୍କ ୧୦ ନମ୍ବର ଜର୍ସିକୁ ସବୁ ଦଳ ପାଇଁ ସବୁ ପ୍ରତିଯୋଗିତାରେ ପ୍ରତ୍ୟାହାର କରି ନେଇ ତାଙ୍କୁ ସମ୍ମାନ ଜଣାଇବା ଉଚିତ ବୋଲି ନାପୋଲି କ୍ଲବ ପକ୍ଷରୁ ଦାବି ଉପସ୍ଥାପିତ କରାଯାଇଛି । ଏହା ହିଁ ମାରାଡୋନାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମାର୍ସେଲି କହିଛନ୍ତି । ମାରାଡୋନାଙ୍କ ମୃତୁ୍ୟ ଫୁଟବଲ ବିଶ୍ୱ ପାଇଁ ଅବିଶ୍ୱସନୀୟ କ୍ଷତି ବୋଲି ସେ କହିଛନ୍ତି । ଅବଶ୍ୟ ପୂର୍ବରୁ ଫିଫା ମାରାଡୋନାଙ୍କ ୧୦ ନମ୍ବର ଜର୍ସିକୁ ପିନ୍ଧିବାକୁ ଆର୍ଜେଣ୍ଟିନା ଖେଳାଳିଙ୍କୁ ଅନୁମତି ଦେଇନଥିଲା ।