ଭାରତୀୟ ରେଟ୍ରୋ ସାର୍ଟ ବନାମ ଅଷ୍ଟ୍ରେଲୀୟ ସ୍ୱଦେଶୀ ଜର୍ସି

ଭାରତୀୟ ରେଟ୍ରୋ ସାର୍ଟ ବନାମ ଅଷ୍ଟ୍ରେଲୀୟ ସ୍ୱଦେଶୀ ଜର୍ସି

ଭାରତୀୟ ରେଟ୍ରୋ ସାର୍ଟ ବନାମ ଅଷ୍ଟ୍ରେଲୀୟ ସ୍ୱଦେଶୀ ଜର୍ସି
ସିଡନି: ଆଜିଠାରୁ ଆରମ୍ଭ ହେବାକୁ ଯାଉଥିବା ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଆନ୍ତର୍ଜାତିକ ଶୃଙ୍ଖଳାରେ ଉଭୟ ଦଳର ଜର୍ସି ବେଶ ଚର୍ଚ୍ଚାରେ ରହିବ । ଉଭୟ ଦଳ ନିଜ ନିଜର ପାରମ୍ପରିକ ଜର୍ସିକୁ ବାଦ ଦେଇ ଭିନ୍ନ ଧରଣର ଜାତୀୟ ଜର୍ସି ପିନ୍ଧିବେ । ଭାରତୀୟ ଦଳ ପୁରୁଣା ଜମାନା (୧୯୯୨ ବିଶ୍ୱ କପ ବେଳର ଅବିକଳ) ରେଟ୍ରୋ ସାର୍ଟ ପରିଧାନ କରି ଖେଳିବାକୁ ଥିଲା ବେଳେ ଘରୋଇ ଅଷ୍ଟ୍ରେଲିଆ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଥିବା ସ୍ୱଦେଶୀ ଢ଼ାଞ୍ଚାର ଜର୍ସି ପରିଧାନ କରିବେ । ଅଷ୍ଟ୍ରେଲିଆର ଏହି ଜର୍ସିକୁ ଦଳର ଜର୍ସି ପ୍ରସ୍ତୁତ କାରୀ ଏବଂ ଦୁଇ ସ୍ୱଦେଶୀ ମହିଳା ଅଣ୍ଟି ଫିଓନା କ୍ଲାର୍କେ ଓ କୋର୍ଟନି ହାଗେନ ମିଳିତ ଭାବେ ତିଆରି କରିଛନ୍ତି । ନିଜ ନିଜ ଦଳର ନୂଆ ଜର୍ସିକୁ ଭାରତୀୟ ପ୍ରାରମ୍ଭିକ ବ୍ୟାଟସମ୍ୟାନ ଶିଖର ଧାୱନ ଏବଂ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ପରିଧାନ କରି ଅନାବରଣ କରିଥିଲେ । ଭାରତୀୟ ଜର୍ସିର ରଙ୍ଗ ନୀଳ ଓ କାନ୍ଧରେ ଏକାଧିକ ରଙ୍ଗର ଷ୍ଟି୍ରପ ରହିଛି । ଯାହାକି ୧୯୯୨ ବିଶ୍ୱକପ କିଟ ଭଳି । ଏଠାରେ ସୂଚନା ଯୋଗ୍ୟ ୧୯୯୨ ବିଶ୍ୱକପ ପ୍ରଥମ ଆଇସିସି ପ୍ରତିଯୋଗିତା ଥିଲା ଯେଉଁଥିରେ କି ରଙ୍ଗୀନ ଜର୍ସି ଦେଖିବାକୁ ମିଳିଥିଲା । ଭାରତର ଏବର ଜର୍ସି ପ୍ରାୟୋଜକ ଏମପିଏଲ ରହିଛି । ଭାରତର ଏହି ଜର୍ସିକୁ ପ୍ରଶଂସକ ଓ ସାମାଜିକ ଗଣମାଧ୍ୟମରେ ମିଶ୍ର ପ୍ରତିକି୍ରୟା ମିଳିଛି ।