ସାଇକେଲରେ ଆସୁଥିବା ପ୍ରଶଂସକକୁ ଉଡ଼ାଜାହାଜରେ ବସାଇଲେ ସୋନୁ

ସାଇକେଲରେ ଆସୁଥିବା ପ୍ରଶଂସକକୁ ଉଡ଼ାଜାହାଜରେ ବସାଇଲେ ସୋନୁ

ସାଇକେଲରେ ଆସୁଥିବା ପ୍ରଶଂସକକୁ ଉଡ଼ାଜାହାଜରେ ବସାଇଲେ ସୋନୁ
ଲକଡାଉନ ସମୟରେ ଅସହାୟଙ୍କୁ ସାହାଯ୍ୟ କରି ଅସଲ ଜୀବନର ହିରୋ ପାଲଟିଥିବା ବଲିଉଡ ଅଭିନେତା ସୋନୁ ସୁଦ ଏବେ ପୁଣି ଥରେ ସମସ୍ତଙ୍କ ମନ କିଣିଛନ୍ତି । ତାଙ୍କୁ ଦେଖା କରିବାକୁ ସାଇକେଲରେ ବିହାରରୁ ଆସୁଥିବା ଜଣେ ପ୍ରଶଂସକଙ୍କ ପାଇଁ ସେ ଉଡ଼ାଜାହାଜ ଟିକେଟ ସହ ରହିବା ପାଇଁ ହୋଟେଲର ବ୍ୟବସ୍ଥା କରିଛନ୍ତି । ସୂଚନା ଯୋଗ୍ୟ, ସୋନୁଙ୍କ ନିଃସ୍ୱାର୍ଥପର ସେବା ଓ ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇ ବିହାରର ଅରମାନ ତାଙ୍କୁ ଦେଖା କରିବାକୁ ସାଇକେଲରେ ମୁମ୍ବାଇ ବାହାରିଥିଲେ । ଏକଥା ସୋନୁ ଜାଣିବା ପରେ ଭାବ ପ୍ରବଣ ହୋଇଯାଇଥିଲେ । ଅରମାନ ବେଗୁସରାଇରୁ ସାଇକେଲରେ ବାହାରି ଯାଇଥିବା ବେଳେ ସୋନୁ ତାଙ୍କୁ ଟ୍ରାକ କରିଥିଲେ । ସେ ବନାରସରେ ପହଞ୍ଚିଥିବା ଜାଣିବା ପରେ ତାଙ୍କୁ ଏଭଳି କରିବାକୁ ମନା କରିବା ସହ ତାଙ୍କ ପାଇଁ ବନାରସ ମୁମ୍ବାଇ ଏୟାର ଟିକେଟ ବୁକ କରିଥିଲେ । ମୁମ୍ବାଇ ପହଞ୍ଚିବା ପରେ ଅରମାନଙ୍କୁ ସୋନୁ ଭବ୍ୟ ସ୍ୱାଗତ କରି ହୋଟେଲରେ ରଖିଥିଲେ । ଏଥିସହ ଏଭଳି ନ କରିବାକୁ ସେ ତାଗିଦ କରିଥିଲେ । ସୋନୁ କହିଥିଲେ ତୁମେ ମୋତେ ଦେଖା କରିବାକୁ ଚାହୁଛ ତ ନିହାତି ଦେଖାହେବ । କିନ୍ତୁ ଏଭଳି ନୁହେଁ ସାଇକେଲରେ ଏତେ ବାଟ ଆସିବା ବିଲକୁଲ ନିରାପଦ ନୁହେଁ । ସୋନୁ କହିଛନ୍ତି ଯଦି ମୁଁ ତମ ପାଇଁ ସ୍ୱତନ୍ତ୍ର ତେବେ ତାଙ୍କ ପାଇଁ କିଛି କରିବା ମୋ ଦାୟିତ୍ୱ । ସୋନୁଙ୍କ ଏଭଳି ଚିନ୍ତାଧାରା ଓ ଉଦାରତାକୁ ଲୋକେ ବେଶ ପସନ୍ଦ କରୁଛନ୍ତି ।