ପ୍ରସିଦ୍ଧ ପଞ୍ଜାବୀ ଓ ହିନ୍ଦୀ କଣ୍ଠଶିଳ୍ପୀ ଦଲେର ମେହନ୍ଦିଙ୍କୁ ୨ବର୍ଷ ଜେଲ୍‌

ପ୍ରସିଦ୍ଧ ପଞ୍ଜାବୀ ଓ ହିନ୍ଦୀ କଣ୍ଠଶିଳ୍ପୀ ଦଲେର ମେହନ୍ଦିଙ୍କୁ ୨ବର୍ଷ ଜେଲ୍‌

ପ୍ରସିଦ୍ଧ ପଞ୍ଜାବୀ ଓ ହିନ୍ଦୀ କଣ୍ଠଶିଳ୍ପୀ  ଦଲେର ମେହନ୍ଦିଙ୍କୁ  ୨ବର୍ଷ ଜେଲ୍‌

ପଟିଆଲା : ପ୍ରସିଦ୍ଧ ପଞ୍ଜାବୀ ଓ ହିନ୍ଦୀ କଣ୍ଠଶିଳ୍ପୀ ଦଲେର ମେହନ୍ଦିଙ୍କୁ ୨୦୦୩ର ମାନବ ଚାଲାଣ ମାମଲାରେ ଦୋଷୀ ସାବ୍ୟସ୍ତ କରାଯିବା ସହ ୨ବର୍ଷ କାରାଦଣ୍ଡାଦେଶ କାଏମ ରହିଛି। ସ୍ଥାନୀୟ ଜିଲା ଅଦାଲତ ବିଚାରପତି ଏଚ୍‌.ଏସ୍‌ ଗ୍ରେୱାଲ ଦଲେରଙ୍କୁ ମିଳିଥିବା ପୂର୍ବ ଜାମିନ ମଧ୍ୟ ରଦ୍ଦ କରିଦେଇଛନ୍ତି। ଫଳରେ ଗୁରୁବାର ଦଲେର ପଟିଆଲା କାରାଗାର ଯାଇଛନ୍ତି ।। ଦଲେର ଓ ତାଙ୍କ ଭାଇ ସମଶେର ସିଂହ ନିଜ ସଙ୍ଗୀତ ଦଳର ସଦସ୍ୟ ଦର୍ଶାଇ ପାସ୍‌ପୋର୍ଟ ଆଇନ ଉଲଂଘନରେ ଲୋକଙ୍କୁ ବିଦେଶ ଚାଲାଣ କରୁଥିଲେ ଏବଂ ଏ ବାବଦରେ ସେମାନେ ଭଲ ଆୟ କରୁଥିଲେ ବୋଲି ଗୁରୁତର ଅଭିଯୋଗ ହୋଇଥିଲା। ୨୦୧୮ରେ ସ୍ଥାନୀୟ ନିମ୍ନ ଅଦାଲତ ଉଭୟଙ୍କୁ ଦୋଷୀ ଦର୍ଶାଇବା ସହ ଉପରୋକ୍ତ ଦଣ୍ଡାଦେଶ ଦେଇଥିଲେ; ତେବେ ସେମାନେ ଜାମିନରେ ମୁକ୍ତ ହୋଇଥିଲେ। ନିମ୍ନ ଅଦାଲତ ରାୟ ବିରୋଧରେ ଦଲେର ଜିଲା ଅଦାଲତରେ ଆବେଦନ କରିଥିଲେ; ଯାହା ଗୁରୁବାର ଖାରଜ ହୋଇଯାଇଛି। ଅପରପକ୍ଷରେ ଏହି ରାୟ ପ୍ରତିବାଦରେ ଦଲେର ରାଜ୍ୟ ହାଇକୋର୍ଟରେ ଆବେଦନ କରିପାରିବେ ବୋଲି ବିଚାରପତି କହିଛନ୍ତି। ପଟିଆଲା ସଦର ଥାନାରେ ଦାୟର ଏତଲା ଅନୁଯାୟୀ, ଦୁଇ ଭାଇ ୧୯୯୮ ଓ ୧୯୯୯ରେ ଦୁଇଟି ଦଳରେ ବେଆଇନ ଭାବେ ୧୦ଜଣଙ୍କୁ ଆମେରିକା ନେଇଥିଲେ। ଏହା ବାଦ୍‌ ସେମାନେ ଅନ୍ୟ ବହୁ ଲୋକଙ୍କୁ ବେଆଇନ ଚାଲାଣ କରିଥିବା ନେଇ ୩୫ଟି ଏତଲା ଦାୟର ହୋଇଥିଲା। ତିନି ବର୍ଷ ପରେ ପୁଲିସ ଦଲେରଙ୍କୁ ନିର୍ଦୋଷ ଦର୍ଶାଇ ଅଭିଯୋଗମୁକ୍ତ କରିଥିଲା; କିନ୍ତୁ ଅଦାଲତ ରାୟ ଦଲେରଙ୍କ ବିରୋଧରେ ଯାଇଥିଲା।