ଓସ୍କାର ଦୌଡ଼ରେ ‘ଦ ଚେକ୍ ପୋଷ୍ଟ’

ଓସ୍କାର ଦୌଡ଼ରେ ‘ଦ ଚେକ୍ ପୋଷ୍ଟ’

ଓସ୍କାର ଦୌଡ଼ରେ ‘ଦ ଚେକ୍ ପୋଷ୍ଟ’
ନୂଆଦିଲ୍ଲୀ : ଝିଅଟି ଥିଲା ଅନାଥ । ଏକ ଫାଟକ ନିକଟରେ ବାଦାମ ବିକୁଥିଲା । ସମୟ କ୍ରମେ ଝିଅଟି ପ୍ରତି ଆକର୍ଷିତ ହୋଇଥିଲେ ଜଣେ ସାମ୍ବାଦିକ । କ୍ରମେ ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ । ଦିନ ଉକ୍ତ ସାମ୍ବାଦିକ ତାଙ୍କ ବନ୍ଧୁଙ୍କ ସହିତ ଉକ୍ତ ଝିଅଟିକୁ ଆଣିବାକୁ ଯାଇଥିଲେ ହେଲେ ପୂର୍ବଦିନ ଉକ୍ତ ଝିଅର ଏକ ସଡ଼କ ଦୁର୍ଘଟଣାରେ ମୃତୁ୍ୟ ହୋଇସାରିଥିଲା । ଏଭଳି ଏକ ସତ୍ୟ ଘଟଣାକୁ ନେଇ ନିର୍ମାଣ ହୋଇଛି ‘ଦ ଚେକ ପୋଷ୍ଟ’ । ଓଡ଼ିଶାର ପ୍ରଯୋଜନା ସଂସ୍ଥାଗୋଲଡେନ ଟ୍ରାଏଙ୍ଗଲ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ‘ଦ ଚେକ ପୋଷ୍ଟ’ ଇରାନ, ଇଂଲଣ୍ଡ, ଲୁଥାଇନିଆ ଆଦି ରାଷ୍ଟ୍ରର ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇ ସିନେ ସମୀକ୍ଷକଙ୍କ ମନ କିଣିସାରିଛି । ଫେଡେରେସନ ଅଫ ଇଣ୍ଡିଆରେ ଚଳଚ୍ଚିତ୍ରଟି ତାଲିକାଭୁକ୍ତ ହୋଇସାରିଛି । ତେବେ ଏହି ଫେଡେରେସନ ଅଫ ଇଣ୍ଡିଆ ଶ୍ରେଷ୍ଠ ଚଳଚ୍ଚିତ୍ରକୁ ଏକାଡେମୀ ବା ଓସ୍କାରକୁ ପଠାଯାଇଥାଏ । ସେହି କ୍ରମରେ ୯୩ ତମ ଏକାଡେମୀ ବା ଓସ୍କାର ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି । ଯୋଗ୍ୟତା ଅନୁସାରେ ଏହି ଚଳଚ୍ଚିତ୍ର ଏଥିରେ ସାମିଲ ହୋଇଛି । ଏହି ଚଳଚ୍ଚିତ୍ରର ନିଦେ୍ର୍ଧଶନା ଦେଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ନିଦେ୍ର୍ଧଶକ ହାସନ ନାଜରା । ଶ୍ରୀ ହାସନ ହେଉଛନ୍ତି ବି୍ରଟିଶ ଇରାନୀୟ ନିଦେ୍ର୍ଧଶକ । ଏହି ଚଳଚ୍ଚିତ୍ରଟି ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି । ସାମ୍ବାଦିକ ପ୍ରିୟରଞ୍ଜନ ସାହୁଙଙ୍କ ‘ତନଖି ଫାଟକ’ ବା ଚେକ ଦି ପୋଷ୍ଟ ଉପରେ ଆଧାରିତ । କରୋନା ପରେ ପ୍ରେକ୍ଷାଳୟ ଖୋଲିବା ପରେ ଏହି ଚଳଚ୍ଚିତ୍ରଟି ପ୍ରଦର୍ଶିତ ହେବ ବୋଲି ଜଣାପଡ଼ିଛି ।