କେବିସି ସୁଟିଂ ସେଟକୁ ଫେରିଲେ ଅମିତାଭ

କେବିସି ସୁଟିଂ ସେଟକୁ ଫେରିଲେ ଅମିତାଭ

କେବିସି ସୁଟିଂ ସେଟକୁ ଫେରିଲେ ଅମିତାଭ
କରୋନାକୁ ମାତ ଦେବା ପରେ ବଲିଉଡ ମହାନାୟକ ଅମିତାଭ ବଚ୍ଚନ ସୁଟିଂ ସେଟକୁ ଫେରିଛନ୍ତି । ସେ କ୍ୱିଜ ଭିତ୍ତିକ ରିଅଲିଟି ସୋ୩କେବିସି-୧୨ର ସୁଟିଂ ଆରମ୍ଭ କରିଦେଇଛନ୍ତି । ସୁଟିଂ ସେଟରେ ଏକ ଫଟୋକୁ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର ମଧ୍ୟ କରିଛନ୍ତି । କ୍ୟାପସନରେ ଲେଖିଛନ୍ତି ‘ସି ବ୍ଲୁ ରଙ୍ଗର ପିପିଇ କିଟ ପିନ୍ଧି ପୁଣି କାମକୁ ଫେରିଲି । ୨୦୦୦ ମସିହାରେ କେବିସି ଆରମ୍ଭ ହୋଇଥିଲା । ଆଶ୍ଚର୍ଯ୍ୟ ଲାଗୁଛି ଏହା ମଧ୍ୟରେ ୨୦ ବର୍ଷ ହୋଇଗଲାଣି । ଏହି ଦୀର୍ଘ ଯାତ୍ରାର ଅନୁଭବ ସର୍ବଦା ମନେ ରହିବ ।’ ସେହିପରି ସୁଟିଂ ସେଟରେ ଯେଉଁ ଆଡ଼କୁ ଚାହିଁଲେ ବି ପିପିଇ କିଟ ପନ୍ଧା ଲୋକଙ୍କୁ ଦେଖିବାକୁ ମିଳୁଥିବା ସେ ପ୍ରକାଶ କରିଛନ୍ତି । ସୂଚନା ଥାଉ କି, ଜୁଲାଇ ମାସରେ ଅମିତାଭ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ୨୦ ଦିନରୁ ଅଧିକ ସମୟ ଧରି ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଗତ ସପ୍ତାହରେ ନିଜ ବ୍ଲଗରେ କେବିସିର ସୁଟିଂ କରିବାକୁ ଯାଉଛନ୍ତି ବୋଲି ସେ ସୂଚନା ଦେଇଥିଲେ ।