ଏହି ସେଲିବ୍ରେଟିମାନଙ୍କର ଅଛନ୍ତି ସରୋଗେସୀ ସନ୍ତାନ
ଏହି ସେଲିବ୍ରେଟିମାନଙ୍କର ଅଛନ୍ତି ସରୋଗେସୀ ସନ୍ତାନ
admin
Feb 23, 2021 - 11:12
Updated: Feb 23, 2021 - 11:12
ବଲିଉଡରେ ଅନେକ ସେଲିବ୍ରେଟି ଯେଉଁ ମାନେ ଆଇଭିଏଫ ଓ ସରୋଗେସୀ ମାଧ୍ୟମରେ ସନ୍ତାନ ପ୍ରାପ୍ତି କରିଛନ୍ତି । ବିଭିନ୍ନ କାରଣରୁ ଏମାନେ ଆପଣାଇଛନ୍ତି ଆଇଭିଏଫ୍ ଓ ସରୋଗେସୀ ଭଳି ପଦ୍ଧତି । ଜାଣନ୍ତୁ କେଉଁମାନେ ଆପଣାଇଛନ୍ତି ଏହି ପଦ୍ଧତି -
୧- ଶାହାରୁଖ୍ ଖାନ୍ ଓ ଗୈାରୀ ଖାନ୍ - ବଲିଉଡ ବାଦଶାହାଙ୍କର ପୂର୍ବରୁ ଦୁଇଟି ସନ୍ତାନ ସୁହାନା ଓ ଆରୟନ୍ ଥିଲେ ମଧ୍ୟ ପରେ ସେ ୪୦ ବର୍ଷ ବୟସରେ ସରୋଗେସୀ ମାଧ୍ୟମରେ ତାଙ୍କର ତୃତୀୟ ସନ୍ତାନ ଆବ୍ରମକୁ ଆପଣାଇ ଥିଲେ ।
୨- ତୁଷାର କପୁର - ତୁଷାର କପୁର ବିବାହ ନକରି ବି ବାପା ହେବାର ସୋ÷ଭାଗ୍ୟ ଲାଭ କରିଛନ୍ତି । ସିଙ୍ଗଲ ପ୍ୟାରେଣ୍ଟ ଭାବେ ନଜିର ସୃଷ୍ଟି କରିଛନ୍ତି । ସରୋଗେସୀ ମାଧ୍ୟମରେ ପୁଅ ଲକ୍ଷ୍ୟକୁ ଆପଣାଇଥିବା ବେଳେ ଭଉଣୀ ଏକତା ମଧ୍ୟ ତାଙ୍କୁ ଅନୁକରଣ କରିଛନ୍ତି ଏବଂ ପୁଅ ରଭିକୁ ଆପଣାଇଛନ୍ତି ।
୩- ଶିଳ୍ପା ସେଟ୍ଟୀ ଓ ରାଜ୍ କୁନ୍ଦ୍ରା - ସେମାନଙ୍କର ପୂର୍ବରୁ ସନ୍ତାନ ଭିଆନ୍ ଥିବା ପରେ ମଧ୍ୟ ୨୦୨୦ ଫେବୃଆରୀରେ ଝିଅ ସମିଶାକୁ ସରୋଗେସୀ ମାଧ୍ୟମରେ ଆପଣାଇଛନ୍ତି ଅଭିନେତ୍ରୀ ଶିଳ୍ପା ଓ ସ୍ୱାମୀ ରାଜ୍ ।
୪-ଫରହା ଖାନ୍ ଓ ଶିରିଶ୍ କୁନ୍ଦର - ଡାଇରେକ୍ଟଟର ତଥା ଜଣାଶୁଣା କୋରିଓଗ୍ରାଫର ଫରହା ଖାନ୍ ଓ ଶିରିଶ୍ କୁନ୍ଦର ହେଉଛନ୍ତି ପ୍ରଥମ ସେଲିବ୍ରିଟି ଯିଏ ଆଇଭିଏଫ ଦ୍ୱାରା ଉପକୃତ ହେବା କଥା ପ୍ରକାଶ କରିଥିଲେ । ୪୩ ବର୍ଷ ବୟସରେ ସେ ମାତୃତ୍ୱ ଲାଭ କରିଥିବାବେଳେ ଟ୍ରିପଲେଟ୍ଫରହା ଅନ୍ୟା,ଦିଭା ଓ ସିସରକୁ ଜନ୍ମ ଦେଇଛନ୍ତି ।
୫- ସନ୍ନି ଓ ଡାନିଏଲ୍ - ମହାରାଷ୍ଟ୍ରର ଗୋଟିଏ ଛୋଟ ଗାଁରୁ ଝିଅ ନିଶାକୁ ଗ୍ରହଣ କରିବା ପରେ ଦୁଇଟି ପୁଅ ଆସର ଓ ନୋହାକୁ ସରୋଗେସୀ ମାଧ୍ୟମରେ ଗ୍ରହଣ କରିଛନ୍ତି ।
୬- କରନ୍ ଜୋହର - ବଲିଉଡ୍ର ଜଣାଶୁଣା ଫିଲ୍ମ ନିର୍ମାତା କରନ୍ ଜୋହର ୪୫ ବର୍ଷରେ ବିବାହ ନକରି ପିତୃତ ଲାଭ କରିଛନ୍ତି । ସରୋଗେସୀ ମାଧ୍ୟମରେ ଯମଜ ସନ୍ତାନ ରୁହି ଓ ୟସକୁ ଗ୍ରହଣ କରିଛନ୍ତି ।
୭ - ସୋହେଲ ଖାନ୍ ଓ ସୀମା - ବିଭିନ୍ନ ପ୍ରଣାଳୀରେ ଅସଫଳ ହେବା ପରେ ଆଇଭିଏଫ୍ ପଦ୍ଧତିରେ ସଫଳତା ପାଇଛନ୍ତି । ବର୍ତ୍ତମାନ ପୁତ୍ର ୟୋହାନ୍ ଓ ର୍ନିଭାନ୍ ଦୁଇଟି ପୁତ୍ର ସନ୍ତାନ ଲାଭ କରିଛନ୍ତି ।