ବଲିଉଡର ପ୍ରଥମ ହାସ୍ୟ-ଅଭିନେତ୍ରୀ ଟୁନଟୁନ
ବଲିଉଡର ପ୍ରଥମ ହାସ୍ୟ-ଅଭିନେତ୍ରୀ ଟୁନଟୁନ
admin
Mar 2, 2021 - 09:37
Updated: Mar 2, 2021 - 09:37
ଟୁନଟୁନ (ଜନ୍ମ ୧୧.୦୭.୧୯୨୩; ମୃତୁ୍ୟ: ୨୬.୧୧.୨୦୦୩) ଙ୍କୁ ହିନ୍ଦୀ ସିନେମା ଜଗତର ପ୍ରଥମ ହାସ୍ୟ ଅଭିନେତ୍ରୀ କୁହାଯାଏ । ତାଙ୍କର ପ୍ରକୃତ ନାମ ଉମା ଦେବୀ ଖତ୍ରୀ । ସେ ପ୍ରଥମେ ଗାୟିକା ଥିଲେ ଏବଂ ଉମା ଦେବୀ ନାମରେ ହିନ୍ଦୀ ଚଳଚ୍ଚିତ୍ର ସଙ୍ଗୀତ ଗାଉଥିଲେ । ଅଭିନୟ କ୍ଷେତ୍ରକୁ ପ୍ରବେଶ କଲା ପରେ, ତାଙ୍କୁ ଏହି ନାମ ଦେଇଥିଲେ ଦିଲ୍ଲୀପ କୁମାର ଏବଂ ଏହି ନାମରେ ସେ ପ୍ରସିଦ୍ଧ ଲାଭ କରିଥିଲେ । ୧୧ ଜୁଲାଇ ୧୯୨୩ରେ ଉତ୍ତରପ୍ରଦେଶର ଅମରୋହା ଅନ୍ତର୍ଗତ ଏକ ମଫସଲ ଗ୍ରାମ (ଅଲୀପୁର)ରେ ଏକ ପଞ୍ଜାବୀ ପରିବାରରେ ତାଙ୍କର ଜନ୍ମ ହୋଇଥିଲା । ଆଦ୍ୟ ଶୈଶବରେ ଉଭୟ ପିତା ଓ ମାତାଙ୍କୁ ହରାଇଥିଲେ । ଲାଳନ ପାଳନ ଭାର ଗ୍ରହଣ କରିଥିଲେ ତାଙ୍କ ଦାଦା ଓ ଖୁଡ଼ୀ । ତେଇଶ ବର୍ଷ ବୟସରେ ଘରୁ ଲୁଚି ବମ୍ବେ ପଳାଇ ଆସିଥିଲେଥିଲେ । ସିଧା ପହଞ୍ଚିଥିଲେ ସଙ୍ଗୀତ ନିଦେ୍ର୍ଧଶକ ନୌଶାଦ ଅଲୀଙ୍କ ପାଖରେ । ନୌଶାଦାଙ୍କୁ ସିଧା କହିଥିଲେ-ମୁଁ ଗାଇପାରିବି, ଯଦି ଗାଇବାକୁ ନ ଦେବେ, ସମୁଦ୍ରକୁ ଡେଇଁ, ଆତ୍ମହତ୍ୟା କରିବି । ନୌଶାଦା, ତାଙ୍କ ପରୀକ୍ଷା ନେଇଥିଲେ ଏବଂ ସନ୍ତୁଷ୍ଟ ହୋଇ ସଙ୍ଗେ ସଙ୍ଗେ ଗାଇବାକୁ ସୁଯୋଗ ଦେଇଥିଲେ । ଫିଲ୍ମଟି ଥିଲା ‘ୱାମିକ ଆଜରା’ (୧୯୪୬) । ସେ ଉମା ଦେବୀ ନାମରେ ଗାଉଥିଲେ । ପ୍ରଥମ ଫିଲ୍ମ ଥିଲା ‘ବାବୁଲ’ (୧୯୫୦) । ୧୯୯୦ ରେ ମୁକ୍ତିଲାଭ କରିଥିବା ‘କସମ ଧନେ୍ଦ କୀ’ ଟୁନଟୁନ ଅଭିନୀତ ଅନ୍ତିମ ଫିଲ୍ମ । ଚାରି ଦଶନ୍ଧିର କଳାକାର ଜୀବନରେ ସେ ମୋଟ ୧୯୮ ଟି ଫିଲ୍ମରେ ଅଭିନୟ କରିଥିଲେ । ୨୬ ନଭେମ୍ବର ୨୦୦୩ ରେ ତାଙ୍କର ପରଲୋକ ହୋଇଥିଲା ।