ଡ୍ରଗସ ପାର୍ଟିରେ ସାମିଲ ହେଉଥିଲେ ସୁଶାନ୍ତଙ୍କ ଭଉଣୀ!

ଡ୍ରଗସ ପାର୍ଟିରେ ସାମିଲ ହେଉଥିଲେ ସୁଶାନ୍ତଙ୍କ ଭଉଣୀ!

ଡ୍ରଗସ ପାର୍ଟିରେ ସାମିଲ ହେଉଥିଲେ ସୁଶାନ୍ତଙ୍କ ଭଉଣୀ!
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟ ମାମଲାରେ ଶ୍ରୁତି ମୋଦିଙ୍କ ଓକିଲ ଅଶୋକ ସରାଓଗି ଏକ ନୂଆ କଥା ପ୍ରଘଟ କରିଛନ୍ତି । ସେ କହିଛନ୍ତି, ସୁଶାନ୍ତଙ୍କ କ୍ୟାରିୟର ଖରାପ ହେବାରେ ନିଶା ହିଁ ପ୍ରମୁଖ କାରଣ ଥିଲା । ସେ ଅଧିକାଂଶ ସମୟରେ ଡ୍ରଗସ ପାର୍ଟି କରୁଥିଲେ । ଏଥିରେ ତାଙ୍କ ଦୁଇ ଭଉଣୀ ବି ସାମିଲ ହେଉଥିଲେ । ମାମଲାର ଡ୍ରଗସ ମୋଡକୁ ନେଇ ଏବେ ସିବିଆଇ ଓ ଏନସିବି ତଦନ୍ତ ଜାରି ରଖିଛି । ଏହାକୁ ନେଇ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ସିବିଆଇ ସୋମବାର ପୁଣି ରିୟାଙ୍କୁ ଡିଆରଡିଓ ଗେଷ୍ଟ ହାଉସରେ ୯ ଘଣ୍ଟା ଧରି ଜେରା କରିଛି । ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଓକିଲ ସରାଓଗି କହିଛନ୍ତି, ସୁଶାନ୍ତ ନିଶାଦ୍ରବ୍ୟ ସେବନ କରୁଥିବା ବାବଦରେ ତାଙ୍କ ପରିବାର ଲୋକ ଜାଣିଥିଲେ । ଏମିତି କି ଡ୍ରଗସ ପାର୍ଟିରେ ତାଙ୍କ ଦୁଇ ଭଉଣୀ ସାମିଲ ହେଉଥିଲେ । ମୁମ୍ବାରେ ରହୁଥିବା ସୁଶାନ୍ତଙ୍କ ଭଉଣୀ ମଦ୍ୟପାନ କରୁଥିଲେ । ଏହା ତାଙ୍କର ଅଭ୍ୟାସରେ ପରିଣତ ହୋଇଥିଲା । ସେ ଆହୁରି କହିଛନ୍ତି ହ୍ୱାଟସଆପରେ ଏକ ଗ୍ରୁପ ତିଆରି କରାଯାଇଥିଲା । ଯେଉଁଥିରେ ଡ୍ରଗସକୁ ନେଇ ଆଲୋଚନା ହେଉଥିଲା । ଉକ୍ତ ଗ୍ରୁପରେ ସୁଶାନ୍ତ ଏବଂ ରିୟାଙ୍କ ବ୍ୟତୀତ ସୋହେଲ (ଡ୍ରାଇଭର ଓ ବଡିଗାର୍ଡ) ବନ୍ଧୁ ଆୟୁଷ ଶର୍ମା, ଆନନ୍ଦୀ ଥିଲେ । ଏମାନେ ସମସ୍ତେ ସୁଶାନ୍ତଙ୍କ ଘରେ ବେଳେବେଳେ ରହି ନିଶା ସେବନ କରୁଥିଲେ । ମ୍ୟାନେଜର ଶ୍ରୁତିଙ୍କୁ ମଧ୍ୟ ଡ୍ରଗସ ନେବା ପାଇଁ ଏମାନେ କହୁଥିଲେ । କିନ୍ତୁ ସେ ମନା କରି ଦେଉଥିଲେ । ଏମିତି କି ଡ୍ରଗସ ନେବା ପାଇଁ ବାଧ୍ୟ କଲେ ସେ ଗ୍ରୁପ ଛାଡ଼ିଦେବେ ବୋଲି କହିଥିଲେ । ସେହି ଗ୍ରୁପର ଅଂଶ ଥିବା ସୁଶାନ୍ତ ଡ୍ରଗସ ସେବନ କରୁଥିବା ବାବଦରେ ଶ୍ରୁତି ଜାଣିଥିଲେ ବୋଲି ଓକିଲ ସରାଓଗି କହିଛନ୍ତି ।