ମା’ହେବେ ନେହା!

ମା’ହେବେ ନେହା!

ମା’ହେବେ ନେହା!
ଆଜି ଦି ସାରା ଗୋଟିଏ ଚର୍ଚ୍ଚା ଲୋକପି୍ରୟ କଣ୍ଠଶିଳ୍ପୀ ନେହା କକ୍କର ମା ହେବେ । ବିବାହର ଦୁଇ ମାସ ନ ପୂରୁଣୁ ବେବି ବମ୍ପ ସହ ଇନଷ୍ଟାରେ ଫଟୋ ସେୟାର କରିଛନ୍ତି ନେହା । ନିଜ ସ୍ୱାମୀ ରୋହନପ୍ରୀତିଙ୍କ ସହ ନେତା ଗର୍ଭବତୀ ଥିବାର ଏକ ଫଟୋ ସେୟାର କରିବା ସହ କ୍ୟାପସନରେ ଲେଖିଥିଲେ ‘ଖୟାଲ ରଖା କର’ । ଏହା ପରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା । ଏହି ଫଟୋରେ ନେହାଙ୍କ ସ୍ୱାମୀ ରୋହନପ୍ରୀତି ଏବେ ଅଧିକ ଯତ୍ନ ନେବାକୁ ପଡ଼ିବ ବୋଲି ଲେଖିଥିବା ବେଳେ ଭାଇ ଟୋନି କକ୍କର ‘ମୁଁ ମାମୁ ହୋଇଯିବି’ ବୋଲି ଲେଖିଥିଲେ । ତେବେ ଅପରାହ୍ନରେ ଯେତେବେଳେ ନେହା ଓ ରୋହନପ୍ରୀତି ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଥିଲେ, ନେହାଙ୍କର ବେବି ବମ୍ପ ଦେଖିବାକୁ ମିଳିନଥିଲା । ଏହା ପରେ ସାମାଜିକ ଗଣମାଧ୍ୟମରେ ଦୁଇ ପ୍ରକାରର ମତ ପ୍ରକାଶ ପାଉଛି । କିଛି ପ୍ରଶଂସକ ନେହା ଗର୍ଭବତୀ ଥିବା ବିଶ୍ୱାସ କରୁଥିବା ବେଳେ ଆଉ କିଛି କହୁଛନ୍ତି ଏହ ନେହାଙ୍କ ପ୍ରଚାରଧର୍ମୀ ପୋଷ୍ଟ । ବୋଧ ହୁଏ ‘ଖୟାଲ ରଖା କର’ ବୋଲି ନେହାଙ୍କର କୌଣସି ନୂଆ ଗୀତ ଆସୁଛି ।