ରଣବୀରଙ୍କ ଫ୍ଲାଟ ତଳେ ଫ୍ଲାଟ କିଣିଲେ ଆଲିଆ

ରଣବୀରଙ୍କ ଫ୍ଲାଟ ତଳେ ଫ୍ଲାଟ କିଣିଲେ ଆଲିଆ

ରଣବୀରଙ୍କ ଫ୍ଲାଟ ତଳେ ଫ୍ଲାଟ କିଣିଲେ ଆଲିଆ
ସବୁଆଡେ଼ ଏବେ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ରୋମାନ୍ସର ଚର୍ଚ୍ଚା । ସେମାନେ ଏକାଠି ବୁଲିବା କଥା ହେଉ କି ଆଲିଆ ରଣବୀରଙ୍କୁ ଉପହାର ଦେବା କଥା ହେଉ ସବୁବେଳେ ଏହି ପାୱାର କପଲ ଲାଇମ ଲାଇଟରେ ରହି ଆସିଛନ୍ତି । ଏବେ ପୁଣି ଆଲିଆ ଭଟ୍ଟ ରଣବୀରଙ୍କ ଘର ପାଖରେ ଘର କିଛି ଚର୍ଚ୍ଚାକୁ ଆସିଛନ୍ତି । ବାନ୍ଦ୍ରାରେ ରଣବୀର ରହୁଥିବା ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ହିଁ ଆଲିଆ ଆପାର୍ଟମେଣ୍ଟ କିଣିଛନ୍ତି । ପ୍ରାୟ ୨୪୬୦ ବର୍ଗଫୁଟର ଏହି ଫ୍ଲାଟକୁ ସେ ୩୨ କୋଟି ଟଙ୍କାରେ କିଣିଛନ୍ତି । ସୂଚନା ମୁତାବକ, ବାସ୍ତୁ ପାଲି ହିଲର ଏହି କମ୍ପ୍ଲେକ୍ସର ୭ମ ମହଲାରେ ରଣବୀର ରହୁଥିବା ବେଳେ ୫ ମ ମହଲାରେ ଆଲିଆ ରହିବେ । ଆଲିଆଙ୍କ ଏହି ନୂଆ ଫ୍ଲାଟ କପୁର ପରିବାରର କୃଷ୍ଣା ରାଜଙ୍କ ବଙ୍ଗଳା ନିକଟରେ ଅବସ୍ଥିତ । ପ୍ରକାଶଯୋଗ୍ୟ ଏହା ପୂର୍ବରୁ ଆଲିଆଙ୍କର ଜୁହୁରେ ବି ଏକ ଫ୍ଲାଟ ରହିଛି । ଯେଉଁଠାରେ କି ସେ ନିଜ ଭଉଣୀ ଶାହୀନଙ୍କ ସହ ରୁହନ୍ତି ।