ପୁନମ୍‌ ପାଣ୍ଡେଙ୍କୁ ଗିରଫ କଲା ଗୋଆ ପୋଲିସ୍‌

ପୁନମ୍‌ ପାଣ୍ଡେଙ୍କୁ ଗିରଫ କଲା ଗୋଆ ପୋଲିସ୍‌

ପୁନମ୍‌ ପାଣ୍ଡେଙ୍କୁ ଗିରଫ କଲା ଗୋଆ ପୋଲିସ୍‌
ସର୍ବଦା ବିବାଦରେ ରହୁଥିବା ଅଭିନେତ୍ରୀ ପୁନମ୍‌ ପାଣ୍ଡେଙ୍କୁ ଗୋଆ ପୋଲିସ୍‌ ଗିରଫ କରିଛି । ସାର୍ବଜନିକ ସ୍ଥଳରେ ଅଶ୍ଲୀଳ ଭିଡିଓ ସୁଟିଂ କରିବା ଅଭିଯୋଗରେ ପୁନମ୍‌ଙ୍କୁ ଗିରଫ କରାଯାଇଥିବାର ସୂଚନା ରହିଛି । ଗୋଆର ଚାପୋଲି ଡ୍ୟାମରେ ପୁନମ୍‌ ଏକ ଅଶ୍ଳୀଳ ଫିଲ୍ମର ସୁଟିଂ କରୁଥିବା ନେଇ ଗୋଆ ଫରୱାର୍ଡ ପାର୍ଟିର ମହିଳା ଶାଖା ଏ ନେଇ ସ୍ଥାନୀୟ ପୁଲିସ ନିକଟରେ ଅଭିଯୋଗ କରାଯାଇଥିଲା । ଅଭିଯୋଗରେ ଦର୍ଶାଯାଇଛି କି ଉକ୍ତ ଡ୍ୟାମରେ ଏଭଳି ହରକତ କରି ସେ ଗୋଆର ଛବିକୁ ଖରାପ କରିବା ସହିତ ସ୍ଥାନୀୟ ଲୋକଙ୍କ ଭାବନାକୁ ବି ଆଘାତ ଦେଇଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଭିଯୋଗ ପରେ ଗୋଆ ପୋଲିସ ପୁନମଙ୍କ ସୁଟିଂ ଅନୁମତିକୁ ପ୍ରତ୍ୟାହାର କରି ନେଇଛି । ଅପର ପକ୍ଷରେ କେହି ଜଣେ ଗୋପନୀୟ ଭାବେ ପୁନମଙ୍କ ଏଭଳି ଭିଡିଓ ରେକର୍ଡି କରିଛି ବୋଲି ପୁଲିସ ନିକଟରେ ଆଉ ଏକ ଅଭିଯୋଗ ହୋଇଛି ଯାହାକୁ ନେଇ ମାମଲା ଦାୟର କରାଯାଇଛି । ନିକଟରେ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି ପୁନମ୍‌ ଓ ତାଙ୍କସ୍ବାମୀ ଗିରଫ ମଧ୍ୟ ହୋଇଥିଲେ ।