ଆମାଜନ ପ୍ରାଇମରେ ନିର୍ମାଣ ହେଲା ପ୍ରଥମ ଓଡିଆ ଚଳଚ୍ଚିତ୍ର ‘କ୍ଷଣିକା- ଦ ଲଷ୍ଟ ଆଇଡିଆ’ ।

ଆମାଜନ ପ୍ରାଇମରେ ନିର୍ମାଣ ହେଲା ପ୍ରଥମ ଓଡିଆ ଚଳଚ୍ଚିତ୍ର ‘କ୍ଷଣିକା- ଦ ଲଷ୍ଟ ଆଇଡିଆ’ ।

ଆମାଜନ ପ୍ରାଇମରେ ନିର୍ମାଣ ହେଲା ପ୍ରଥମ ଓଡିଆ ଚଳଚ୍ଚିତ୍ର ‘କ୍ଷଣିକା- ଦ ଲଷ୍ଟ ଆଇଡିଆ’ ।
ଆମାଜନ୍ ପ୍ରାଇମ୍ ଭିଡିଓରେ ଦେଖିବାକୁ ମିଳିବ ଓଡ଼ିଆ ଚଳଚ୍ଚିତ୍ର ‘କ୍ଷଣିକା- ଦ ଲଷ୍ଟ ଆଇଡିଆ’ । ଆମାଜନ୍ରେ ଭାରତ ଓ ଭାରତ ବାହାରେ ପ୍ରଦର୍ଶିତ ହେଉଥିବା ଏହା ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର । ବର୍ତ୍ତମାନ ସୁଦ୍ଧା ଏହି ଚଳଚ୍ଚିତ୍ରଟି ବିଶ୍ୱର ୧୪ଟି ଦେଶରେ ପ୍ରଦର୍ଶିତ ହୋଇଥିବାବେଳେ ୩୦ରୁ ଅଧିକ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇ ପ୍ରଶଂସିତ ହୋଇଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ । ଏହି ୮୯ମିନିଟ୍ ଅବଧିର ଫିଲ୍ମରେ ଅମ୍ରିତା ଚୌଧୁରୀ, ସୁଶାନ୍ତ ମିଶ୍ର, ଚୌଧୁରୀ ବିକାଶ ଦାସ, ହୃଷିକେଶ ଭୋଇ, ଦ୍ୱିପନ୍ୱୀତ ଦାଶମହାପାତ୍ର, ସ୍ୱସ୍ତିକ ଚୌଧୁରୀ, ଭାସ୍ୱତୀ ବସୁ ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି । ଅଭିନେତ୍ରୀ ଅନୁ ଚୌଧୁରୀ ଏକ ଅତିଥି କଳାକାର ଭୂମିକାରେ ଅଭିନୟ କରିଛନ୍ତି । ପୁରୀ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏହି ଚଳଚ୍ଚିତ୍ରର ସୁଟିଂ କରାଯାଇଛି । ଏହାର ମୁଖ୍ୟ ବିଷୟ ଜଣେ ଚିତ୍ରକର ଓ ଜଣେ କବିଙ୍କ କାହାଣୀ ଉପରେ ଆଧାରିତ । ପୂର୍ବରୁ ଅମର୍ତ୍ତ୍ୟଙ୍କ ଫିଲ୍ମ ‘କ୍ୟାପିଟାଲ୍ ଆଇ’ ଆମ୍ଜନ୍ ପ୍ରାଇମ୍ ଭିଡିଓରେ ସାମିଲ ହୋଇଥିଲା ।