ମାଧୁରୀ କହିଲେ ତାଙ୍କ ଜୀବନରେ କିଛି ଅକୁଆ କଥା

ମାଧୁରୀ କହିଲେ ତାଙ୍କ ଜୀବନରେ କିଛି ଅକୁଆ କଥା

ମାଧୁରୀ କହିଲେ ତାଙ୍କ ଜୀବନରେ କିଛି ଅକୁଆ କଥା
୫୩ ବର୍ଷରେ ପଦାର୍ପଣ କରିବା ଅବସରରେ ବଲିଉଡ଼ର ଧକଧକ ଗାର୍ଲ ମାଧୁରୀ ଦୀକ୍ଷିତ ତାଙ୍କ ଜୀବନରେ କିଛି ଅକୁଆ କଥାକୁ ଲୋକଲୋଚନକୁ ଆଣିଛନ୍ତି । ସେ କହିଛନ୍ତି, ଯେବେ ମୁଁ ଶ୍ରୀରାମ ନେନେଙ୍କୁ ଭେଟିଲି, ସେ ମତେ ଅଜଣା ବ୍ୟକ୍ତି ଭାବେ ବ୍ୟବହାର କଲେ । ଯେମିତି ମତେ ସେ ଜାଣନ୍ତି ନାହିଁ । ପ୍ରଥମ ସାକ୍ଷାତରେ ଶ୍ରୀରାମ ମାଧୁରୀଙ୍କୁ ପାହାଡ଼ ଉପରକୁ ସାଇକେଲ ନେଇଯିବାକୁ କହିଥିଲେ । ଶ୍ରୀରାମ ଯେବେ ମାଧୁରୀଙ୍କୁ ବିବାହ କଲେ, ସେତେବେଳକୁ ମଧ୍ୟ ସେ ଜାଣିନଥିଲେ ଯେ ମାଧୁରୀ ଏତେ ବଡ଼ ବଲିଉଡ଼ ତାରକା । ତାଙ୍କ ବିବାହ ଭୋଜିରେ ଶ୍ରୀରାମ କେବଳ ଅମିତାଭ ବଚ୍ଚନଙ୍କୁ ଚିହ୍ନି ପାରିଥିଲେ । ସେ ସ୍କୁଲରେ ପଢ଼ିବା ବେଳେ ଅମିତାଭଙ୍କ ‘ଅମର ଆକବର ଆନ୍ଥୋନି’ ଚଳଚ୍ଚିତ୍ର ଦେଖିଥିଲେ ।