ବାତିଲ ହେଲା ଫ୍ୟାସନ ସୋ ।

ବାତିଲ ହେଲା ଫ୍ୟାସନ ସୋ ।

ବାତିଲ ହେଲା ଫ୍ୟାସନ ସୋ ।
ନିକଟରେ ପ୍ୟାରିସରେ ଆୟୋଜିତ ହୋଇଥିବା ଫେସନ ସୋରେ ଆୟୋଜକଙ୍କ ସତର୍କତାକୁ ବିଭିନ୍ନ ମହଲରେ ପ୍ରଶଂସିତ କରାଯାଇଛି । କରୋନା ଭାଇରସ କାରଣରୁ ସଂଖ୍ୟାଧିକ ଫ୍ୟାସନ ସୋ’ ଇତି ମଧ୍ୟରେ ବାତିଲ କରାଯାଇଛି । ହାତଗଣତି ୨-୩ଟି ନାମୀ ବ୍ରାଣ୍ଡର ଫେସନ ସୋ’ ହୋଇଥିବା ବେଳେ ଉଭୟ ଆୟୋଜକ ମଡେଲରଙ୍କ ପଦକ୍ଷେପ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଶୋ’ ହେବା ପୂର୍ବରୁ ଉପସ୍ଥିତ ଦର୍ଶକଙ୍କୁ ଅନୁରୋଧ କରାଯାଇଥିଲା, ହାତ ନ ମିଳାଇ ବରଂ ନମସ୍କାର କରି ପରସ୍ପରକୁ ସ୍ୱାଗତ କରନ୍ତୁ । ନିଜକୁ ସୁରକ୍ଷିତ ରଖିବାକୁ ଚାହୁଁଥିଲେ ମାସ୍କ ମଧ୍ୟ ପିନ୍ଧି ନେବା ଉଚିତ ବୋଲି ବାର୍ତ୍ତା ଦିଆଯାଇଥିଲା । ଯଥା ସମୟରେ ଶୋ’ଆରମ୍ଭ ହେବା ପରେ ମଡେଲରମାନେ ମାସ୍କ ପିନ୍ଧି ୱାକ କରିଥିଲେ । ମିଳିଥିବା ଖବର ଅନୁସାରେ କରୋନା କାରଣରୁ ପ୍ୟାରିସରେ ଅନେକ ଫେସନ ସୋ ବାତିଲ ହେବା ପରେ ବିଦେଶରୁ ଆସିଥିବା ମଡେଲରମାନେ ହୋଟେଲରେ ସ୍ଥାନ ନ ପାଇଁ ବିମାନ ବନ୍ଦରରେ ହିଁ ସମୟ ଅତିବାହିତ କରିଥିଲେ ।