ଏସଡିଆରଏଫ ପାଣ୍ଠିରୁ ମଞ୍ଜୁର ହେଲା ୨୨୫ କୋଟି ଟଙ୍କା
ଏସଡିଆରଏଫ ପାଣ୍ଠିରୁ ମଞ୍ଜୁର ହେଲା ୨୨୫ କୋଟି ଟଙ୍କା
admin
Mar 17, 2020 - 10:27
Updated: Mar 17, 2020 - 10:27
ଭୁବନେଶ୍ୱର: ରାଜ୍ୟରେ କରୋନା ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି (ଏସଡିଆରଏଫ) ରୁ ୨୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ସୋମବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି ଏହି ଅର୍ଥ ଖର୍ଚ୍ଚ କରିବାକୁ ମଞ୍ଜୁରୀ ଦେଇଛି । ଏହି ସମସ୍ତ ଟଙ୍କା ତତ୍କାଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ପ୍ରଦାନ କରାଯିବ । ଏଥିରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସ୍ୱାବ୍ ପରୀକ୍ଷା, ରକ୍ତ ନମୂନା ପରୀକ୍ଷା, ପୃଥକୀକରଣ ଗୃହରେ ଚିକିତ୍ସା, ଖାଦ୍ୟ, ପୋଷାକ, ମେଡିକାଲ ଉପକରଣ, ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ବ୍ୟକ୍ତିଗତ ସୁରକ୍ଷା ପୋଷାକ ବାବଦରେ ଖର୍ଚ୍ଚ କରାଯିବ ।
ପ୍ରକାଶ ଥାଉ କି, ଦୁଇଦିନ ତଳେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କରୋନା ବାବଦରେ ଏସଡିଆରଏଫ ପାଣ୍ଠିରୁ ସର୍ବାଧିକ ୩୫% ଅର୍ଥ ଖର୍ଚ୍ଚ କରିବାକୁ ଅନୁମତି ପ୍ରଦାନ କରିଥିଲେ । ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ପାଖରେ ବିପର୍ଯ୍ୟୟ ମୁକାବିଲା ପାଇଁ ଏସଡିଆରଏଫ ପାଣ୍ଠି ବାବଦରେ ୯୦୯ କୋଟି ଟଙ୍କା ମହଜୁଦ ଅଛି ।