ଏମିତି ସିନେମା କଲେ ଏକଟଙ୍କା ନେବେ ଏହି ଅଭିନେତା

ଏମିତି ସିନେମା କଲେ ଏକଟଙ୍କା ନେବେ ଏହି ଅଭିନେତା

ଏମିତି ସିନେମା କଲେ ଏକଟଙ୍କା ନେବେ ଏହି ଅଭିନେତା
ଯଦି କେହି ଏହିଭଳି ଧରଣର ସିନେମା କରନ୍ତି ତେବେ ମୁଁ ସଂକଳ୍ପ କରି କହୁଛି ମାତ୍ର ଗୋଟିଏ ଟଙ୍କା ପାରିଶ୍ରମିକ ନେଇ କାମ କରିବି । ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରୀ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବା ବେଳେ ଏହିପରି ଏକ ଗମ୍ଭୀରତାର କଥା କହି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ଜଣେ ଆଗଧାଡ଼ିର ଅଭିନେତା । ଖାଲି ସେ ଅଭିନେତା ନୁହନ୍ତି ବରଂ ଜଣେ ଭଲ ନେତା । ସାଧାରଣତଃ ସମାଜରେ ଯାହାର ପରିଚୟ ସ୍ୱତନ୍ତ୍ର ଏବଂ ସମସ୍ତଙ୍କଠାରୁ ଭିନ୍ନ । ସିନେ ଇଣ୍ଡଷ୍ଟ୍ରୀରୁ ରାଜନୀତି ମୈଦାନ ପର୍ଯ୍ୟନ୍ତ ସେ ସମସ୍ତଙ୍କର ପ୍ରିୟ । ସେହି ଅଭିନେତା ତଥା ମୋ କଲେଜର ଅଧ୍ୟକ୍ଷ ଆକାଶ ଦାସ ନାୟକ । ନିକଟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆକାଶ କହିଛନ୍ତି, ଓଡ଼ିଶାରେ କାହାଣୀ ବହୁତ ଅଛି । ଅନେକ ମହାପୁରୁଷ ଅଛନ୍ତି ଯେଉଁମାନଙ୍କୁ ନେଇ ସିନେମା ହୋଇପାରିବ । ସେମାନଙ୍କ ଉପରେ ସିନେମା କରିବାକୁ କେହି କେବେ ଭାବି ହିଁ ନାହାଁନ୍ତି । ମୁଁ ଆହ୍ୱାନ କରୁଛି, ଯଦି କେହି ସହିଦ ରଘୁ ଦିବାକର, ଲକ୍ଷ୍ମଣ ନାୟକ ଏବଂ ଧର୍ମପଦଙ୍କ ଉପରେ ସିନେମା କରନ୍ତି ତେବେ ଏ ‘କଳିଙ୍ଗପୁତ୍ର’ କଥା ଦେଉଛି ମାତ୍ର ଗୋଟିଏ ଟଙ୍କା ପାରିଶ୍ରମିକ ନେଇ ଅଭିନୟ କରିବେ । ଓଡ଼ିଆ ଚଳଚ୍ଚିତ୍ରରେ ସଂଖ୍ୟା ଦୃଷ୍ଟିରୁ ବହୁତ କମ୍ ହେଲେ ବି ଆକାଶ ଯେତିକି ଓଡ଼ିଆ ସିନେମା କରିଛନ୍ତି ଅସବୁ ଆଜି ଦର୍ଶକଙ୍କ ମନରେ ସ୍ମୃ୍‌ତି ହୋଇ ରହିଛି । ସେ ‘କଳିଙ୍ଗପୁତ୍ର’ ହେଉ କି ‘ଆଲୋ ମୋର କଣ୍ଢେଇ’ । ଏବେ ସେ ଟିକେ ନିଜ ପସନ୍ଦର କାହାଣୀ ଖୋଜୁଛନ୍ତି । ଯେମିତି ଭଲ ବିଷୟବସ୍ତୁ ମିଳିଲେ ସିନେମା କରିବେ ବୋଲି କହିଛନ୍ତି ।