କଙ୍ଗନାଙ୍କ ଉପହାସ

କଙ୍ଗନାଙ୍କ ଉପହାସ

କଙ୍ଗନାଙ୍କ ଉପହାସ
ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ବୟାନ ଦେଇ ବର୍ଷ ୨୦୨୦ରେ ଚର୍ଚ୍ଚାରେ ରହି ଆସିଥିବା ‘କ୍ୱିନ’ ଅଭିନେତ୍ରୀ କଙ୍ଗନା ରାଣାୱତ ଆଗାମୀ ବର୍ଷ ପାଇଁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଆସନ୍ତା ବର୍ଷ ବି କଙ୍ଗନାଙ୍କ ନିଶାଣରେ ବଲିଉଡର କିଛି ଜଣାଶୁଣା ଅଭିନେତା/ଅଭିନେତ୍ରୀ, ଚଳଚ୍ଚିତ୍ର ନିର୍ମାତା ଓ ଶିବସେନା ଦଳ ରହିବ ବୋଲି ସେ ଏକ ଟ୍ୱିଟ ଜରିଆରେ ସେ ଇଙ୍ଗିତ କରିଛନ୍ତି । ଟ୍ୱିଟରରେ ବଲିଉହର କିିଛି ଅଭିନେତା ଏବଂ ଅଭିନେତ୍ରୀଙ୍କୁ ପରିହାସ କରିବା ଛଳରେ ଭାଇରାଲ ହୋଇଥିବା ଏକ ଭିଡିଓକୁ କଙ୍ଗନା ରିଟ୍ୱିଟ କରି ସେଥିରେ ‘ହା ହା ହା’ କମେଣ୍ଟ ଦେଇଛନ୍ତି । କଙ୍ଗନାଙ୍କ ପ୍ରଶଂସକମାନେ ଏହି ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରୁଥିବା ଦେଖାଯାଇଛି । ଚଳିତ ବର୍ଷ କଙ୍ଗନା ଚଳଚ୍ଚିତ୍ର ନିର୍ମାତା କରଣ ଜୋହର, ଅଭିନେତ୍ରୀ ତାପସୀ ପନ୍ନୁ, ସୋନମ କପୁର, ଶିବସେନା ଓ ପୂରା ବଲିଉଡକୁ ଖୋଲାଖୋଲି ଟାର୍ଗେଟ କରିଥିଲେ ।