କଟାହେବ ନାହିଁ ଖେଳାଳିଙ୍କ ଦେୟ : ବିସିସିଆଇ

କଟାହେବ ନାହିଁ ଖେଳାଳିଙ୍କ ଦେୟ : ବିସିସିଆଇ

କଟାହେବ ନାହିଁ ଖେଳାଳିଙ୍କ ଦେୟ : ବିସିସିଆଇ
ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଅନ୍ୟ କ୍ରୀଡ଼ା ପରି କ୍ରିକେଟ କାର୍ଯ୍ୟକଳାପ ମଧ୍ୟ ସ୍ଥାଣୁ ପାଲଟି ଯାଇଛି । ସିରିଜ ପରେ ସିରିଜ ବାତିଲ କିମ୍ବା ସ୍ଥଗିତ ହେବାରେ ଲାଗିଛି । ବିସିସିଆଇ ପାଇଁ ସବୁଠାରୁ ଲାଭଜନକ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ ହୋଇଯାଇଛି । ବିଶ୍ୱ କେବେ କରୋନା ମୁକ୍ତ ହେବ ଏବଂ ଆଇପିଏଲ, ଟ୍ୱେଣ୍ଟି ୨୦ ବିଶ୍ୱକପ ଏବଂ ସମସ୍ତ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ଆରମ୍ଭ ହେବ, ତାହା କେହି ଜାଣନ୍ତି ନାହିଁ । ଏପରି ସ୍ଥିତିରେ ଏହା ନିଶ୍ଚିତ ହୋଇଯାଇଛି ଯେ ବିଶ୍ୱର ସବୁଠାରୁ ଧନଶାଳୀ କ୍ରିକେଟ ବୋର୍ଡ ନିଶ୍ଚିତ ଭାବେ ଆର୍ଥିକ ସଂକଟର ସମ୍ମୁଖୀନ ହେବ । ଏହା ସତ୍ତ୍ୱେ କୌଣସି ଭାରତୀୟ କ୍ରିକେଟରଙ୍କ ଦେୟ ତଥା ପାରିଶ୍ରମିକ ଅର୍ଥ କଟାଯିବ ନାହିଁ ବୋଲି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ ସ୍ପଷ୍ଟ କରିଛନ୍ତି । ମାର୍ଚ୍ଚରୁ ଉକ୍ତ ଖେଳାଳି ଘରେ ବସିଥିବା ବେଳେ ସେମାନଙ୍କୁ ସମସ୍ତ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ଧୁମାଲ ପ୍ରତିଶ୍ରୁତି ଦେଇଛନ୍ତି ।