ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟେଷ୍ଟ ଦଳରେ ସାମିଲ ହେଲେ ହିଟମ୍ୟାନ

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟେଷ୍ଟ ଦଳରେ ସାମିଲ ହେଲେ ହିଟମ୍ୟାନ

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟେଷ୍ଟ ଦଳରେ ସାମିଲ ହେଲେ ହିଟମ୍ୟାନ
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ନିମନ୍ତେ ଘୋଷଣା କରାଯାଇଥିବା ଟିମରେ ଆଜି ଏକାଧିକ ପରିବର୍ତ୍ତନ କରାଯାଇଛି । ଭାରତୀୟ ସୀମିତ ଓଭର ଉପ ଅଧିନାୟକ ରୋହିତ ଶର୍ମା ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତେବେ ଉଭୟ ଟି ୨୦ ଏବଂ ଦିନିକିଆ ପାଇଁ ରୋହିତଙ୍କୁ ବିଶ୍ରାମ ଦିଆଯାଇଛି । ବିସିସିଆଇର ଡାକ୍ତରୀ ଟିମ ରୋହିତଙ୍କ ସହିତ ପରାମର୍ଶ ପରେ ତାଙ୍କୁ ସୀମିତ ଓଭର ସିରିଜରୁ ବିଶ୍ରାମ ଦେଇଥିଲେ । ଡିସେମ୍ବର ୧୭ରେ ଭାରତୀୟ ଦଳ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବ । ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ ପରେ କୋହଲି ଭାରତ ପ୍ରତ୍ୟାବର୍ତ୍ତନ କରିବେ । ପ୍ରଥମ ଥର ପାଇଁ ପିତୃତ୍ୱ ଲାଭ କରିବାକୁ ଯାଉଥିବା କୋହଲିଙ୍କୁ ବିସିସିଆଇ ପକ୍ଷରୁ ଛୁଟି ଦିଆଯାଇଛି । ସେହିପରି ସଞ୍ଜୁ ସାମସନଙ୍କୁ ଦିନିକିଆ ଦଳରେ ବିକଳ୍ପ ୱିକେଟ ରକ୍ଷକ ଭାବରେ ସାମିଲ କରାଯାଇଛି । ଆହତ ଇଶାନ୍ତ ଶର୍ମା ଫିଟ ହେବା ମାତ୍ରେ ତାଙ୍କୁ ଭାରତୀୟ ଦଳରେ ସାମିଲ କରାଯିବ । ସେହିପରି ପ୍ରଥମ ଥର ପାଇଁ ଦଳରେ ସାମିଲ ହୋଇଥିବା ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳରୁ ବାଦ ଦିଆଯାଇଛି । ଟି ନଟରାଜନଙ୍କୁ ଚକ୍ରବର୍ତ୍ତୀଙ୍କ ବଦଳ ଖେଳାଳି ଘୋଷଣା କରାଯାଇଛି ।