ଏବେ 'Man vs Wild'ରେ ନଜର ଆସିବେ ସୁପରଷ୍ଟାର ରଜନୀକାନ୍ତ

ଏବେ 'Man vs Wild'ରେ ନଜର ଆସିବେ ସୁପରଷ୍ଟାର ରଜନୀକାନ୍ତ

ଏବେ 'Man vs Wild'ରେ ନଜର ଆସିବେ ସୁପରଷ୍ଟାର ରଜନୀକାନ୍ତ
ବେୟର ଗ୍ରୀଲ୍ସଙ୍କ 'Man vs Wild' ବେଶ୍ ଲୋକପ୍ରିୟ। ଗତବର୍ଷ ଏହି ଶୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇଥିଲେ। ଏହି ଏପିଶୋଡ଼କୁ ସମସ୍ତେ ଖୁବ୍ ପସନ୍ଦ କରିଥିଲେ। ଏବେ ଏହି ଶୋରେ ଭାରତୀୟ ସିନେମା ସୁପରଷ୍ଟାର ରଜନୀକାନ୍ତ ଭାଗ ନେବାକୁ ଯାଉଛନ୍ତି। ରିପୋର୍ଟ ମୁତାବକ, ରଜନୀକାନ୍ତ ଖୁବଶୀଘ୍ର ବେୟର ଗ୍ରୀଲ୍ସଙ୍କ ସହ ଏହି ଶୋ ପାଇଁ ଶୁଟିଂ କରିବେ। ପୂର୍ବ ଥର ମୋଦୀଙ୍କ ଏପିଶୋଡ଼ ଉତ୍ତରାଖଣ୍ଡର ଜିମ କାର୍ବେଟ୍ ପାର୍କରେ ସୁଟିଂ କରାଯାଇଥିଲା। ଏବେ ରଜନୀକାନ୍ତଙ୍କ ଏପିଶୋଡ଼୍ କର୍ଣ୍ଣାଟକର ବାନ୍ଦୀପୁର ବ୍ୟାଘ୍ର ସଂରକ୍ଷଣରେ ଶୁଟିଂ କରାଯିବ। ଚେନ୍ନାଇ ପତ୍ରକାର ଶାବୀର ଅହମଦ ଏନେଇ ଟ୍ଵିଟ୍ କରି ସୂଚନା ଦେଇଛନ୍ତି। ରଜନୀକାନ୍ତ ଭାରତର ଜଣେ ସଫଳ ଅଭିନେତା। ସେ ତାମିଲ, ତେଲୁଗୁ, ମରାଠୀ, କନ୍ନଡ଼ ଏବଂ ହିନ୍ଦୀ ଫିଲ୍ମରେ କାମ କରିଛନ୍ତି। ତାଙ୍କର ଫିଲ୍ମ ଦରବାର ବକ୍ସ ଅଫିସରେ ଦମଦାର ବ୍ୟବସାୟ କରିଥିଲା। ଏବେ ରଜନୀକାନ୍ତ ଥଲଇବାରେ ନଜର ଆସିବେ।