ପ୍ରେମ ପାଇଁ ଯୁବତୀଙ୍କ ଜୀବନ ଗଲା

ପ୍ରେମ ପାଇଁ ଯୁବତୀଙ୍କ ଜୀବନ ଗଲା

ପ୍ରେମ ପାଇଁ ଯୁବତୀଙ୍କ ଜୀବନ ଗଲା
ବଲାଙ୍ଗୀର - ବଲାଙ୍ଗୀର ସହର ରେ ଥିବା ସଖି ସେଣ୍ଟର ରେ ପ୍ରେମରେ ପ୍ରତାରିତ ହୋଇ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ପୁଲିସ ଶବ ଜବତ କରି ଇତି ମଧ୍ୟରେ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁଯାୟୀ , ଝିଅଟି ଗଂଜାମ ଜିଲ୍ଲା ହିଂଜିଲିକାଟୁ ଅଂଚଳର । ସେ କିଛି ମାସ ତଳେ ତାଙ୍କ ସ୍ୱାମୀଙ୍କ ସହିତ ବଲାଂଗୀର ରେ ଆସି ରହୁଥିଲେ । ଉଭୟେ ପରିବା ବ୍ୟବସାୟୀ କରି ଚଳୁଥିଲେ । ତେବେ ଯୁବତୀ ଜଣଙ୍କ ଟିକ୍ରାପଡାର ଅନୀଲ ନାୟକ ନାମକ ଜଣେ ଯୁବକଙ୍କ ପ୍ରେମରେ ପଡି ଯାଇଥଲେ । ଏ ସମ୍ପର୍କରେ ତାଙ୍କ ସ୍ୱାମୀ ଜାଣିବା ପରେ ଏଭଳି କାମରୁ ଦୁରେଇ ରହିବା ପାଇଁ କହିଥିଲେ । ହେଲେ ଯୁବତୀ ଜଣଙ୍କ ମାନିନଥିଲେ । ପ୍ରେମ କରୁଥିବା ଯୁବକଙ୍କ ସହିତ ସେ ବଲାଙ୍ଗୀର ଛାଡି ସୋନପୁର ପଳାଇଥିଲେ । ସେଠାରେ ସେମାନେ ଏକ ଭଡାଘର ନେଇ ୩ ମାସ ରହିଥିଲେ । ତେବେ ଧିରେଧିରେ ଅନୀଲ ତାଙ୍କ ନିକଟରୁ ଦୁରେଇ ଯାଇଥିଲେ । ଯେହେତୁ ଯୁବତୀ ଜଣଙ୍କ ପୂର୍ବରୁ ବିବାହିତ ଥିଲେ ତେଣୁ ତାଙ୍କୁ ବାହା ହେବାକୁ ଯୁବକ ଜଣଙ୍କ ମନା କରି ଦେଇଥିଲେ । ଏଭଳି ପରିସ୍ଥିତିରେ ଯୁବତୀ ଜଣଙ୍କ ପୁଲିସର ଦ୍ୱାରସ୍ଥ ହୋଇଥିଲେ । ଯୁବତୀଙ୍କ ଅଭିଯୋଗ କ୍ରମେ ପୁଲିସ ଯୁବକଙ୍କୁ ଗିରଫ କରି ଜେଲ ପଠାଇଥିଲା । ବର୍ତ୍ତମାନ ଯୁବକ ଜଣଙ୍କ ଜେଲରେ ଅଛନ୍ତି । ତେବେ ଗତ ୨୬ ତାରିଖରୁ ସଖି ସେଣ୍ଟର ରେ ଥିବା ଯୁବତୀ ଜଣଙ୍କ ହଠାତ ଏକ କୋଠରୀ ଭିତରେ ନିଜକୁ ବନ୍ଦ କରି ଦେଇଥିଲେ । ଅନ୍ୟମାନେ ଯେତେ ଡାକିଲେବି ସେ ଶୁଣିନଥିଲେ । ପରେ ଦେଖିବାକୁ ମିଳିଥିଲା କୋଠରୀ ଭିତରେ ଥିବା ପଙ୍ଖାରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି । ଏ ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।