ସୁନ୍ଦରଗଡ ବିଧାନସଭା ପ୍ରାର୍ଥୀ ଅମିତାଙ୍କୁ ବିରୋଧ!

ସୁନ୍ଦରଗଡ ବିଧାନସଭା ପ୍ରାର୍ଥୀ ଅମିତାଙ୍କୁ ବିରୋଧ!

ଭୁବନେଶ୍ୱର: ସୁନ୍ଦରଗଡ କଂଗ୍ରେସର ବିଧାନସଭା ପ୍ରାର୍ଥୀ ଅମିତା ବିଶ୍ୱାଳଙ୍କୁ ବିରୋଧ । ଟାଙ୍ଗରାପାଲି ବ୍ଲକ୍ ଅଧ୍ୟକ୍ଷ ଜଟିଆ ମୁଣ୍ଡା ଓ ତାଙ୍କ ସମର୍ଥକଙ୍କ ବିରୋଧ କରିଛନ୍ତି । ସୁନ୍ଦରଗଡ ବିଧାନସଭା ଆସନ ପାଇଁ ଆଶାୟୀ ଥିଲେ ଜଟିଆ ମୁଣ୍ଡା । କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ଗତକାଲି ତା’ର ଦ୍ୱିତୀୟ ପର‌୍ୟ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା। ଏଥିରେ ଅମିତାଙ୍କ ନାଁ ରହିଛି। ତାଙ୍କୁ ଦଳ ସୁନ୍ଦରଗଡ଼ରୁ ପ୍ରାର୍ଥୀ କରିଛି। ଅମିତାଙ୍କ ନାମ ପ୍ରାର୍ଥୀ ତାଲିକାରେ ଘୋଷଣା ହେବା ପରେ ଜଟିଆ ଓ ତାଙ୍କ ସମର୍ଥକ ମାନେ ତାଙ୍କୁ ବିରୋଧ କରିଛନ୍ତି । ଅମିତାଙ୍କୁ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହେବାକୁ ଚେତାବନୀ ଦେଇଛନ୍ତି ଜଟିଆ ।